ବାଙ୍କୀ ୨୧|୧୦: ବାଙ୍କୀ ଥାନା ଅନ୍ତର୍ଗତ କିଆପଲ। ଗ୍ରାମରେ ବଧୂହତ୍ୟା ଅଭିଯୋଗ ହୋଇଛି । ମୃତ ବଧୂଙ୍କ ନାମ କଳ୍ପନା ଦାସ। ମୃତ କଳ୍ପନାଙ୍କ ବାପଘର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ । ଘଟଣାରେ ସ୍ବାମୀକୁ ଅଟକ ରଖିଛି ପୋଲିସ । ସେପଟେ ମୃତକଙ୍କ ବାପଘର ଲୋକଙ୍କ କହିବ।
ନଅ ବର୍ଷ ତଳେ ଖୋର୍ଦ୍ଧା ଜିଲ୍ଲା ଗଂପୁର ଗ୍ରାମର ବଇଁଶୀଧର ବେହେରାଙ୍କ ସ।ନ ଝିଅ କଳ୍ପନା ଦାସ ବିବାହ କରିଥିଲେ ବାଙ୍କୀ ଥାନା ଅନ୍ତର୍ଗତ କିଆପଲ। ଗ୍ରାମର ସନ୍ତୋଷ ଦାସଙ୍କ ସହିତ । ତାଙ୍କର ଦୁଇଟି ଛୋଟ ଛୋଟ ପିଲା ଅଛନ୍ତି । ହେଲେ ବିବାହର କିଛିଦିନ ପରେ ଶାଶୂଘର ଲୋକେ ଅଧିକ ଯୌତୁକ ପାଇଁ ଦାବି କରିଆସୁଥିଲେ ମଧ୍ୟ ଗରିବ ବାପ ଦେଇନପାରିବାରୁ ଗତ ବିଳମ୍ବିତ ରାତିରେ ଝିଅକୁ ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ବାପା । ରାତି ତିନିଟା ବେଳେ ହୋମିଓପାଥିକ ମେଡିସିନ ଖାଇବାରୁ ରିଆକ୍ସନ ହୋଇ ଝିଅ ମରିଯାଇଛି ବୋଲି ଶ୍ବଶୁର ଘର ଲୋକେ ଆଜି ସକାଳୁ ଫୋନ ଯୋଗେ ଜଣାିବାପରେ କଳ୍ପନାଙ୍କ ବାପା ଆସି ପହଞ୍ଚିଥିଲେ ।
ପୋଲିସ ଘଟଣାର ତଦନ୍ତ ଆରମ୍ବ କରିବା ସହ ସ୍ବାମୀକୁ ଅଟକ ରଖି ପଚରା ଉଚର।କରୁଛି । ମୃତ ଝିଅର ବାପା କହିବା କଥା ଘଟଣାରେ ସ୍ବାମୀ, ତାର ମା ଓ ଦେଢଶୁର ସଂପୃକ୍ତ ଅଛନ୍ତି ।