oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ଚତୁର୍ଥୀ ପୂଜା ପରେ ଅଟକି ଗଲା ବାସର ରାତି : ସକାଳେ ଏଫଆଇଆର ଧରି ଥାନାରେ ନବବଧୂ, କ’ଣ ଆକ୍ସନ ନେବେ ଭାବିପାରୁନାହାନ୍ତି ପୋଲିସ ବାବୁ

9/03/2021 at 2:16 PM

ନୀଳଗିରି ୯।୩: ଧୁମଧାମରେ ବାହାଘର ସରିଲା । ଶାଶୁଘରକୁ ଝିଅ ବିଦା ବି ହେଲା । ହେଲେ ଶାଶୁଘରେ ଚତୁର୍ଥୀ ପୂଜା ପରେ ଏମିତି କଣ ଘଟିଲା ଯେ, ନବବଧୂ ପହଞ୍ଚିଲେ ଥାନାରେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛ ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ବାଉଁଶବଣିଆ ଅଞ୍ଚଳରେ ।

ସୂଚନାଯୋଗ୍ୟ ଯେ, ଗତ ୫ ତାରିଖରେ ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ବାଉଁଶବଣିଆ ପଞ୍ଚାୟତ ଅନ୍ତର୍ଗତ ମାଧପୁର ଗ୍ରାମର ବିହାରୀ ବେହେରାଙ୍କ ପୁଅ ଶମ୍ଭୁନାଥଙ୍କର ବାହାଘର ଥିଲା । ମିତ୍ରପୁର ଅଞ୍ଚଳର ମର୍ଦରାଜପୁର ଗାଁର ଗୌତମଙ୍କ ଝିଅ ମୋନାଲିସାଙ୍କ ସହ ବିବାହ ଶମ୍ଭୁନାଥଙ୍କର ବିବାହ ହୋଇଥିଲା । ଭୋଜିଭାତ ସହ ଧୁମଧାମରେ ବିବାହ ଶେଷ ହେଲା । ଝିଅ ଶାଶୁଘରକୁ ବି ବିଦାହେଲା । ସୋମବାର ସେମାନଙ୍କର ଚତୁର୍ଥୀ ଥିଲା । ସକାଳୁ ସକାଳୁ ଚତୁର୍ଥୀ ପୂଜାର ସବୁ ପ୍ରସ୍ତୁତି କରିଥିଲେ ପରିବାରଲୋକ । ଚତୁର୍ଥୀ ପୂଜା ବି ସରିଲା । ପୂଜା ପରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ମନୋମାଳିନ୍ୟ ହୋଇଥିଲା ।

ଏହାପରେ ନବବଧୂ ପହଞ୍ଚିଥିଲେ ଥାନାରେ । ସ୍ବାମୀଙ୍କ ସହ ସଂସାର ନକରିବାକୁ ଏକା ଜିଦ୍ ଧରି ବସିଛନ୍ତି ନବବଧୂ । ଖବର ପାଇ ବାପଘର ଲୋକେ ପହଞ୍ଚି ଥିଲେ ଶାଶୁଘରେ । ସେଠାରେ ବାପଘର ଲୋକଙ୍କୁ ଶାଶୁଘର ଲୋକ ଅଟକ ରଖିଥିଲେ । ନବବିବାହିତା ନ୍ୟାୟ ପାଇଁ ଏବେ ନୀଳଗିରି ଥାନାର ଦ୍ବାରସ୍ଥ ହୋଇଛନ୍ତି । ଏବେ ପୋଲିସ କ’ଣ କରିବ ଚିନ୍ତାରେ ପଡିଛି ।

   Related Posts