କଣ୍ଟାବାଞ୍ଝି ୨୩।୧୧: ବଙ୍ଗୋମୁଣ୍ଡା ଥାନା ଗୁହୁରିଆପଦର ଗାଁରେ ଜଣେ ନବବଧୂଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ସମ୍ବଲପୁର ଜଏରପଡାର ମଧୁ ବାଗ । ପୋଲିସ ଘଟଣାସ୍ଥଳ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
{"id":188491,"sizeSlug":"large"}ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଗୁହିରିଆପଦର ଗାଁର ବିରଞ୍ଚି ଭତ୍ରା ରାୟପୁର ସହରରେ ରହୁଥିଲେ । ସେହି ସମୟରେ ସମ୍ବଲପୁର ଜଏରପଡାର ମଧୁ ବାଗ ମଧ୍ୟ ରାୟପୁରରେ ରହୁଥିଲେ । ଉଭୟ ୪ ମାସ ପୂର୍ବରୁ ପ୍ରେମ ବିବାହ କରି ଗୁହୁରିଆପଦର ଗାଁକୁ ଆସିଥିଲେ ।
{"id":188492,"sizeSlug":"large"}ତେବେ ଆଜି ମଧୁଙ୍କ ମୃତଦେହ ଘରୁ ଉଦ୍ଧାର ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ବ କରିଛି । ତେବେ ମହିଳା ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନାଁ ତାକୁ କେହି ହତ୍ୟା କରିଛି ସେନେଇ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି । ମୃତ ମହିଳାଙ୍କ ସ୍ବାମୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।