ପରିବେଶ ପାଇଁ ଚିନ୍ତା ବେଶୀ : ବାହାଘର ଭୋଜିରେ ଅତିଥିଙ୍କୁ ଗଛ ଉପହାର

Published By : Prameya-News7 Bureau | December 05, 2019 IST

ବାଲେଶ୍ବର ୫/୧୨: ବାଜା ବାଜୁ ଥିଲା , ଭୋଜି ଭାତ ହୋଇଥିଲା । ସାହି ଭାଇ, ବଂଧୁ ବାନ୍ଧବ ସବୁ ଆସୁଥିଲେ । କିଏ ଉପହାର ଆଣୁଥିଲା ତ କିଏ ଖାଲି ହାତରେ ଆସୁଥିଲା । ହେଲେ ସମସ୍ତେ ଖାଇ ସାରିବା ପରେ ଉପହାର ନେଇକି ଯାଉଥିଲେ । ଆଉ ସେ ଉପହାର ଥିଲା ଗୋଟିଏ ଗଛର ଚାରା । ଏମିତି ନିଆରା ବିବାହ ଉତ୍ସବ ବାଲେଶ୍ବର ସହରରେ ହୋଇଛି । 

{"id":194178,"sizeSlug":"large"}

ବାହାଘରର ରିସେପସନ୍ ପାର୍ଟି , କେତେ କଣ ଖାଇବା ହୋଇଛି । ମେଲୋଡି ଚାଲିଛି ,ନାଚ ଗୀତ ବି ହେଉଛି ।  ଆଉ ବର କନ୍ୟାଙ୍କୁ ଆଶୀର୍ବ।ଦ କରୁଛନ୍ତି ଅତିଥିମାନେ । କିଏ ଉପହାର ଦେଉଛି ତ ଆଉ କିଏ ଖାଲି ହାତରେ ଆସି ବର କନ୍ୟାଙ୍କୁ ଆଶିଷ ଦେଉଛନ୍ତି । ତେବେ ବର କନ୍ୟା ସମସ୍ତଙ୍କୁ ଦେଉଛନ୍ତି ଗୋଟିଏ ଗୋଟିଏ ଗଛର ଚାରା । ଏହି ଦୃଶ୍ୟ ହେଉଛି ବାଲେଶ୍ବର ସହରର ନୋସି ବିଜନେସ ପାର୍କର ଏକ ରିସେପସନ୍ ପାର୍ଟିର । ପରିବେଶ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି । 

{"id":194179,"sizeSlug":"large"}

ଏଭଳି ନିଆରା କାମକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରିଥିଲେ । ଏହି ଭୋଜିରେ ଚାରି ହଜାରରୁ ଅଧିକ ଗଛ ବଂଟା ଯାଇଥିଲା । ବେଲ, ପଣସ, ଶିଶୁ ,ଆକାଶି ଭଳି କିସମ କିସମର ଗଛ ଅତିଥିମାନଙ୍କୁ ଦିଆଯାଇଥିଲା । ଏଥିପାଇଁ ସମସ୍ତ ଅତିଥି ସାଧୁବାଦ ଦେଇଥିଲେ । 

{"id":194180,"sizeSlug":"large"}

ପରିବେଶ ସୁରକ୍ଷା ପାଇଁ ଏଭଳି ଚାରା ବାଂଟିବାକୁ ଅବିନାଶ ଅନେକ ଦିନରୁ ଭାବିଥିଲେ , ଆଉ ତାଙ୍କ ବିବାହ ଉତ୍ସବ ଠିକ୍ ସମୟ ବୋଲି ଭାବି ସେ ଗଛ କିଣି ବାଂଟିଛନ୍ତି । ଅବିନାଶଙ୍କର ଏଭଳି ପଦକ୍ଷେପକୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.