ଯୌତୁକ ପାଇଁ ନବବଧୂକୁ ‘କରୋନା’ ହୋଇଛି କହି ତଡ଼ିଦେଲେ ଶାଶୁ ଘର, ବାହାଘରର ମାତ୍ର ୭ଦିନ ପରେ ବାପଘରକୁ ଫେରିଲା ଝିଅ

Published By : Prameya-News7 Bureau | March 14, 2020 IST

ଉମରକୋଟ ୧୪/୩: ଯୌତୁକ ନିର୍ଯାତନାର ସବୁ ସୀମା ଟପିଗଲା।  ହାତରୁ ମେହେନ୍ଦୀ ଲିଭିନଥିବା ନବବଧୂକୁ କରୋନା ରୋଗୀ ସଜାଇ ଦେଲେ ଶାଶୁଘର ଲୋକେ। ସାମାନ୍ୟ ଥଣ୍ଡାକାଶରେ ଆକ୍ରାନ୍ତ ନୂଆବୋହୂକୁ ତଳେ ଶୁଆଇଲେ ଆଉ ନିର୍ଯାତନା ଦେଇ ତଡ଼ି ଦେଲେ। ବାହାଘରକୁ ୧୦ଦିନ ହୋଇନି କାନ୍ଦି କାନ୍ଦି ବାପଘରକୁ ଫେରିଲା ଝିଅ। ଏପରି ସଙ୍ଗୀନ ଏବଂ ଚିନ୍ତାଜନକ ଘଟଣାଟି ଘଟିଛି ଉମରକୋଟରେ। ତେବେ ଅଭିଯୋଗ ପରେ ପୋଲିସ୍ ପୀଡ଼ିତା ନବବଧୂଙ୍କ ସ୍ବାମୀ ଓ ଶ୍ବଶୁରଙ୍କୁ ଗିରଫ କରିଛି।

{"id":238415,"sizeSlug":"large"}

 ଖବରରୁ ଜଣାଯାଇଛି, ଉମରକୋଟ ଥାନା ଅର୍ନ୍ତଗତ ମୂର୍ତୁମା UV 6 ଗ୍ରାମର ହିରଧନ ସରକାରଙ୍କ ଝିଅ ପୂଜା ସରକାରଙ୍କ ସହ ଉମରକୋଟ ନିବାସୀ ଯୁବରାଜ ଉକିଲଙ୍କ ପୁଅ ଜୟନ୍ତ ଉକିଲଙ୍କ ସହ ଗତ ମାର୍ଚ୍ଚ ୨ତାରିଖରେ ବୈଦିକ ରୀତିରେ ବିବାହ ହୋଇଥିଲା। ଝିଅଘରର ଅଭିଯୋଗ ଅନୁଯାୟୀ, ବାହାଘର ସମୟରେ ବିଭିନ୍ନ ଆସବାବପତ୍ର ସହ ନଗଦ ଅଢେଇ ଲକ୍ଷ ଟଙ୍କା ,ପ୍ରାୟ ୬ଲକ୍ଷ ଟଙ୍କାର ସୁନା ଗହଣା ଓ ୧ ଲକ୍ଷ ୪୦ ହଜାର ଟଙ୍କାର ବାଇକ୍ ଯୌତୁକ ଆକାରରେ ବରପକ୍ଷଙ୍କୁ ଦେଇଥିଲେ କନ୍ୟାପକ୍ଷ। କିନ୍ତୁ ଶ୍ବଶୁରଘର ଲୋକଙ୍କ ମନ ଏତିକିରେ ସନ୍ତୁଷ୍ଟ ହୋଇନଥିଲା। ଅଧିକା ଯୌତୁକ ଆଣିବା ପାଇଁ ପୂଜାଙ୍କୁ ବାରମ୍ବାର ଚାପ ପକାଇବା ସହ ନିର୍ଯାତନା ଦେଉଥିଲେ।

{"id":238416,"sizeSlug":"large"}

ଏପରିକି ବାହା ଘରର ଦୁଇଦିନ ପରେ ଜୋର ଜବରଦସ୍ତି ପୂଜାଙ୍କ ହାତରୁ ମେହେନ୍ଦି ଲିଭେଇ ଦେଇଥିଲେ ଏବଂ ପୂଜାଙ୍କୁ ଥଣ୍ଡା ଯୋଗୁଁ କାଶ ହେବାରୁ କରୋନା ହୋଇଯାଇଛି କହି ତଳେ ଚଟାଣରେ  ଶୋଇବାକୁ ବାଧ୍ୟ କରିଥିଲେ। ନିର୍ଯାତନା ଅସହ୍ୟ ହେବାରୁ ପୂଜା ପରିବାର ଲୋକଙ୍କୁ ଖବର ଦେଇ ବାପା ଘରକୁ ଚାଲିଆସିଥିଲେ।ଏହି ସମ୍ପର୍କରେ ମୂର୍ତ୍ତୁମାଠାରେ ଏକ ବୈଠକ ବସିଥିଲା। ଗ୍ରାମବାସୀଙ୍କ ନିଷ୍ପତି କ୍ରମେ ଉମରକୋଟ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇଛି। ତେବେ ଅଭିଯୋଗ ପରେ ପୋଲିସ୍ ପୀଡ଼ିତା ନବବଧୂଙ୍କ ସ୍ବାମୀ ଓ ଶ୍ବଶୁରଙ୍କୁ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.