କିରାସିନି ଢାଳି ନବବଧୂର ଆତ୍ମହତ୍ୟା ଉଦ୍ୟମ, ଚିକିତ୍ସିତ ହୋଇ ପୁଣି ଧାରଣାରେ ବସିଲେ

Published By : Prameya-News7 Bureau | December 05, 2022 IST

ସାଲେପୁର, ୦୫/୧୨: ନବବଧୂ ଶାଶୁଘର ଆଗରେ ୮ଦିନ ହେବ ଧାରଣା ଦେବା ପରେ ଶେଷରେ ନିରାଶହୋଇ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଛନ୍ତି । ୮ଦିନ ଧାରଣା ଦେବାପରେ ପୋଲିସ ନ୍ୟାୟଦେବାରେ ବିଫଳ ହୋଇଥିବା କୁହାଯାଉଛି । ନବବଧୂ ଜଣକ ସାଲେପୁର ମେଡିକଲରେ ଚିକିତ୍ସିତ ହୋଇ ପରେ ଶାଶୁଘର ଆଗରେ ନ୍ୟାୟ ପାଇଁ ପୁଣି ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।

କଟକ ଜିଲ୍ଲା ସାଲେପୁର ଥାନା ବାଲିସାହି ଗ୍ରାମରେ ନବବଧୂ ଜଣଙ୍କ ଶୀତକାକରରେ ନିଜର ସ୍ତ୍ରୀର ମଯ୍ୟାଦା ପାଇଁ ଧାରଣାରତ। ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ନବବଧୂ ଜଣଙ୍କୁ ସାହାଯ୍ୟ ସହଯୋଗର କରୁଥିବା ଦେଖିବାକୁ ମିଳିଛି। ଏପଟେ ଏବେବି ସୁଦ୍ଧା ନିଜର ସ୍ୱାମୀ ଓ ଶ୍ୱଶୁର ଘରେ ତାଲା ପକାଇ ଫେରାରଥିବା ଦେଖିବାକୁ ମିଳିଛି। 

ସୂଚନାମୁତାବକ କଟକ ଜିଲ୍ଲା ସାଲେପୁର ଥାନା ବାଲିସାହି (ମାଛୁଆତି) ଗାଁର ସନାତନ ମହାରଣାଙ୍କ ପୁଅ ସୁଷେନ ମହାରଣା ଢେଙ୍କାନାଳ ଜିଲ୍ଲାର ସତ୍ୟ ନାରାୟଣ ମହାରଣାଙ୍କ ଝିଅ ସସ୍ମିତା ମହାରଣାଙ୍କୁ ବୈଦିକ ରୀତିରେ ବିବାହ ଥିଲେ । ପରେ ନିର୍ଯ୍ୟାତନା ଦେଉଥିବାର ନବବଧୂ ଜଣକ ଅଭିଯୋଗ ଆଣିଛନ୍ତି। ବିବାହ ସମୟରେ ଶ୍ୱଶୁର ଘର ଲୋକଙ୍କ ଦାବି ମୁତାବକ ଯୌତୁକ ଦେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ଅଧିକ ଯୌତୁକ ମାଗିବା ଆରମ୍ଭ କରିଥିଲେ । ଶ୍ୱଶୁର ସନାତନ ମହାରଣା ବୋହୁ ଉପରେ ଖରାପ ନଜର ପକାଇ ଆସୁଥିଲେ ବୋଲି ଅଭିଯୋଗ ଆଣି ନ୍ୟାୟ ଦାବି କରିଛନ୍ତି ନବବଧୂ ସସ୍ମିତା  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.