ବାହାଘର ସରିଲା, କିନ୍ତୁ ଚତୁର୍ଥୀ ପରେ କନିଆଁ ସୁନାଗହଣା ପିନ୍ଧି ଫେରାର, ଥାନାର ଦ୍ୱାରସ୍ଥ ହେଲା ବର

Published By : Prameya-News7 Bureau | December 15, 2020 IST

ନରସିଂହପୁର,୧୫/୧୧: ବାହାଘର ପରେ କନିଆଁ ଫେରାର । ସାଙ୍ଗରେ ନେଇଗଲା ଗହଣା ଓ ସୁନା ଅଲଙ୍କାର । ଏପରି ଘଟଣା ନରସିଂହପୁର ବ୍ଲକରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏଠାରେ ଜଣେ ନବ ବିବାହିତା ଚତୁର୍ଥୀ ପରଦିନ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ, କାନପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଯୁବତୀଙ୍କ ସହ ନରସିଂହପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ଯୁବକଙ୍କ ବିବାହ ହୋଇଥିଲା । ବୈଦିକ ରୀତିରେ ଗତ ୯ ତାରିଖରେ ବିବାହ ଅନୁଷ୍ଠିତ ହୋଇଥିଲା ।

କିନ୍ତୁ ୧୩ ତାରିଖ ରାତିରେ ସଂପୃକ୍ତା ନବବଧୂ ପିନ୍ଧିଥିବା ସୁନା ଗହଣା ସହ କେଉଁଆଡେ ନିଖୋଜ ହୋଇଯାଇଥିବା ଜଣାପଡିଛି । ଏ ନେଇ ନରସିଂହପୁର ଥାନାରେ ବର ପକ୍ଷ ପକ୍ଷରୁ ଅଭିଯୋଗ କରାଯାଇଛି । ଏ ନେଇ ଥାନାଧିକାରୀ ବିମଳ କୁମାର ବାରିକଙ୍କୁ ପଚାରିବାରୁ ସେ ଅଭିଯୋଗ ଆସିଥିବା କହିଛନ୍ତି । ତେବେ ଘଟଣାର ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ଥାନାଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.