ଜନ୍ମ ହେବା ପରେ ମା’କୁ ଧରି ଗେଲ କଲା ଶିଶୁ, ଭିଡିଓ ଦେଖି ଆପଣ ବି ହୋଇଯିବେ ଭାବପ୍ରବଣ….
28/03/2023 at 3:26 PM

ନୂଆଦିଲ୍ଲୀ ୨୮/୦୩ : ମାଆଟିଏ ହେବା ପ୍ରତି ନାରୀର ସୌଭାଗ୍ୟ । କୁହାଯାଏ ନାରୀଟିଏ ମାଆ ହେଲେ ବା ସନ୍ତାନଟିଏ ଜନ୍ମଦେଲେ ତା ଜୀବନରେ ଆସେ ପୂର୍ଣ୍ଣତା । ସନ୍ତାଟିଏ ଆସିବା ପରେ ମାଆ ଓ ପିଲା ଭିତରେ ଆହୁରି ଗଭୀର ହୋଇଯାଏ ସଂପର୍କ । କାରଣ ନଅ ମାସର ସଂଘର୍ଷ ପରେ ପିଲାକୁ ଦୁନିଆକୁ ଆଣେ ମାଆ ।
ଯେତେବେଳେ ମାଆ ଗର୍ଭରେ ପିଲାଟିଏ ଥାଏ, ସେତେବେଳେ ଅନେକ ସମସ୍ୟାର ସମ୍ମୁଖୀନ ହୁଏ ମାଆ । ତେବେ ପିଲା ଜନ୍ମ ହେଲା ପରେ ଥରୁଟିଏ କୋଳରେ ପିଲାର ସ୍ପର୍ଶ ବାଜିଲେ ସବୁ କଷ୍ଟ ପୀଡା ଦୂର ହୋଇଯାଏ । ସୋସିଆଲ ମିଡିଆରେ ଗୋଟିଏ ଏମିତି ଭଢିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ବି ହୋଇଯିବେ ଭାବପ୍ରବଣ । ଆପଣଙ୍କ ଆଖିରେ ବି ଆସିଯିବ ଲୁହ ।
The newborn baby who doesn’t want to leave his mother…
— The Figen (@TheFigen_) March 24, 2023
Aweeeeeeeee ❤️pic.twitter.com/U39puexcQJ
ଭିଡିଓଟିରେ ମାଆ ନିଜ ପିଲାକୁ ଜନ୍ମ ଦେବା ପରେ ଖୁସିରେ ଆତ୍ମ ବିଭୋର ହୋଇପଡୁଛି । ତେବେ ଆଶ୍ଚର୍ଯ୍ୟ କଲା ଭଲି କଥିଟି ହେଉଛି କେବଳ ମାଆ ଖୁସି ହଉନି, ବରଂ ନବଜାତକଟି ବି ମାଆକୁ ଜାବୁଡି ଧରି ଗେଲ କରୁଛି । ଯେମିତି ଲାଗୁଛି କୁନି ପିଲାଟି କହି ନପାରିଲେ ବି ତା ଭଲ ପାଇବାରେ ଅନେକ କିଛି କହିଯାଉଛି । କୁନି କୁନି ଓଠରେ ତା ମାଆର ମୁହଁକୁ ଗେଲ କରି କହିଯାଉଛି ମାଆ ମୁଁ ଆସିଗଲି । ଏବେ ମୁଁ କେବଳ ତୋର । ମ ତୋତେ ଛାଡି କୁଆଡେ ଯିବିନି ।
ହସ୍ସିଟାଲ ବେଡରୁ ଭାଇରାଲ ହୋଇଥିବା ଏହି ଭିଡିଓକୁ ସେୟାର କରିଛନ୍ତି @TheFigen_ନାମକ ଆଇଡି । ଏଥିରେ ସେ କ୍ୟାପସନ ଦେଇ ଲେଖିଛନ୍ତି ନ୍ୟୁ ବର୍ଣ୍ଣ ବେବି ମାଆକୁ ଦଣ୍ଡେ ଛାଡିବାକୁ ନାରାଜ୍ । ଆଉ ଭିଡିଓ ଭାଇରାଲ ହେବାପରେ ଏହାକୁ ଲୋକେ ଅନେକ ମାତ୍ରାରେ ପସନ୍ଦ କରୁଛନ୍ତି ।