ବାଲିଗଦାରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର, କେହି ପୋତିଦେଇଥିବା ସନ୍ଦେହ

Published By : Prameya-News7 Bureau | June 10, 2022 IST

ବଲାଙ୍ଗିର ୧୦।୬: ପୁଣି ସୀମା ଲଙ୍ଘିଲା ମାନବିକତା । ଅତି ଅମାନୁଷିକ ଭାବେ ନବଜାତ ଶିଶୁର ମୃତଦେହ ବାଲିଗଦାରୁ ଉଦ୍ଧାର କରାଯାଇଛି । ଏଭଳି ଘଟଣା ଘଟିଛି ବଲାଙ୍ଗିର ସହର ମାଲପଡା ଜିଆଁଖାଲ ନିକଟରେ । ନିକଟରେ ତିନୋଟି ନର୍ସିଂହୋମ୍ ଥିବାରୁ କେହି ଶିଶୁକୁ ଆଣି ବାଲିଗଦାରେ ପୋତିଥିବା ସନ୍ଦେହ କରାଯାଉଛି ।

ଶୁକ୍ରବାର ସକାଳେ ସ୍ଥାନୀୟ ଲୋକେ ବାଲିଗଦାରେ ଶିଶୁଟିର ମୃତଦେହ ଥିବା ନେଇ ଖବର ଦେଇଥିଲେ । ବାଲିଗଦାରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି । ଶିଶୁର ମୃତଦେହ ଅଣ୍ଟାରୁ ତଳକୁ ନଥିବା ବେଳେ କୁକୁର ଖାଇଦେଇଥିବା ଜଣାପଡିଛି । ତେବେ କିଏ ଓ କେଉଁ ପରିସ୍ଥିତିରେ ଶିଶୁକୁ ବାଲିଗଦାରେ ଫୋପାଡିଲା ତାହା ଜଣାପଡିନାହିଁ । ପାଖରେ ତିନୋଟି ନସିଂହୋମ୍ ଥିବାରୁ ସନ୍ଦେହ ବଢୁଛି ।

ପୂର୍ବରୁ ମଧ୍ୟ ବଲାଙ୍ଗିର ସହରରେ ଅନେକ ସ୍ଥାନରେ ଏଭଳି ଘଟଣା ସାମ୍ନାକୁ ଆସିଥିଲା । ଯାହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ସେପଟେ ଶିଶୁକୁ ସାମାଜିକ କର୍ମୀ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି  ଓ ପରେ ସତ୍କାର କରାଯିବା ନେଇ ସୂଚନା ଦେଇଛନ୍ତି । ସେପଟେ ଏଭଳି ଘଟଣାକୁ ନେଇ ସମାଜ ସହ ପ୍ରଶାସନ ସଜାଗ ହେବା ଆବଶ୍ୟକତା ଥିବା ସାମାଜିକ କର୍ମୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.