ପୁଣି ଅଲୋଡ଼ା ହେଲା ନବଜାତ ଶିଶୁ କନ୍ୟା, ବିଲରୁ ମୃତଦେହ ଉଦ୍ଧାର
30/08/2023 at 11:49 AM

ବୌଦ୍ଧ ୩୦।୮: ପୁଣି ଅଲୋଡ଼ା ହେଲା ନବଜାତ ଶିଶୁ କନ୍ୟା । ବିଲରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ରତନପୁର ଗ୍ରାମ ବିଲରୁ ଉଦ୍ଧାର ହୋଇଛି ।

ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ରତନପୁର ଗ୍ରାମ ବିଲରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ବିଲ ମଧ୍ୟରେ ନବଜାତ ଶିଶୁ କନ୍ୟାର ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୁରୁଣା କଟକ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ କନ୍ୟା ସନ୍ତାନ ହୋଇଥିବାରୁ କେହି ତାଙ୍କୁ ଫିଙ୍ଗି ଦେଇଥିବା ନେଇ ଚର୍ଚ୍ଚା ହେଉଛି ।
You Can Read :