ବ୍ରହ୍ମପୁର ମେଡିକାଲରୁ ନବଜାତ ଶିଶୁ କନ୍ୟା ଚୋରି ଅଭିଯୋଗ

Published By : Prameya-News7 Bureau | September 22, 2018 IST

ବ୍ରହ୍ମପୁର ୨୨|୯: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମେଡିକାଲରୁ ନବଜାତ ଶିଶୁ କନ୍ୟା ଚୋରି ଅଭିଯୋଗ ହୋଇଛି । କବିସୂର୍ଯ୍ୟନଗର କ୍ଲବ୍ ଅନ୍ତର୍ଗତ ରାମସା ନାରାୟଣପୁର ଗ୍ରାମର ଭିକାରୀ ନାହାକଙ୍କ ସ୍ତ୍ରୀ ଜ୍ୟୋତି ନାହାକ ଗତକାଲି ବଡ ମେଡିକାଲରେ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ । ଆଜି ପୂର୍ବାହ୍ନରେ ଜ୍ୟୋତିଙ୍କ ମାଆ ଶିଶୁ କନ୍ୟାକୁ ଟୀକା ଦେବା ପାଇଁ ଆଉଟଡୋର ନେଇଥିଲେ । ଟିକା ଦେବା ସଂପର୍କରେ ଇନଡୋରରେ ଜଣେ ଅଜଣା ମହିଳା ତାଙ୍କୁ କହିଥିଲା । ଆଉଟଡୋର ଯିବା ପରେ କାଉଣ୍ଟରରୁ ଟୀକା ଦେବା ସଂପର୍କିତ ଟିକେଟ୍ ଆଣିବାକୁ କନ୍ୟାର ଆଈଙ୍କୁ ମହିଳା ଜଣକ ପଠାଇ ନବଜାତ ଶିଶୁକୁ ଧରି ସେ ଚମ୍ପଟ୍ ମାରିଥିଲା । ଘଟଣା ସଂପର୍କରେ ପୁଲିସକୁ ଜଣାଇବା ପରେ ବିଏନପୁର ଥାନା ଅଧିକାରୀ ଜୟକୃଷ୍ଣ ପଟ୍ଟନାୟକ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.