ବ୍ରହ୍ମପୁର ୧୪|୧: କନ୍ଧମାଳ ଦାରିଙ୍ଗିବାଡି ଆବାସିକ ସ୍କୁଲରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ନବଜାତ ଶିଶୁର ମୃତ୍ୟୁ ହୋଇଛି । ଚିକିତ୍ସାଧିନ ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଶିଶୁର ମୃତ୍ୟୁ ହୋଇଛି । ବର୍ତ୍ତମାନ ଏମକେସିଜିରେ ପୀଡିତା ଛାତ୍ରୀ ଚିକିତ୍ସିତ ହେଉଛନ୍ତି ।
{"id":73715}
ଗତକାଲି କନ୍ଧମାଳ ଦାରିଙ୍ଗବାଡ଼ି ଗ୍ରୀନ୍ ବାଡ଼ି ଆବାସିକ ସ୍କୁଲରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ସନ୍ତାନ ପ୍ରସବ କରିଥିଲେ । ସନ୍ତାନ ପ୍ରସବ ପରେ ତାକୁ ଜଙ୍ଗଲକୁ ତଡ଼ିଦେବା ଘଟଣାକୁ ନେଇ ସାରା ରାଜ୍ୟ ହୁଲୁସ୍ତୁଲ ହୋଇଥିଲା । ୧୦ ଦିନ ଭିତରେ ଘଟଣାର ତଦନ୍ତ ରିପୋର୍ଟ ଦେବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ପ୍ରଶାସନ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିଥିବା ବେଳେ, ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ପ୍ରଧାନଶିକ୍ଷୟିତ୍ରୀ ରାଧାରାଣୀ ଦଳେଇଙ୍କୁ ନିଲମ୍ବିତ କରାଯାଇଛି। ୩ ମହିଳା ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟଙ୍କୁ ନିଲମ୍ବିତ କରାଯାଇଛି। ୨ ମାଟ୍ରନ, ଜଣେ ଏଏନଏମ, ୨ କୁକ୍ ଙ୍କୁ ବହିଷ୍କାର କରାଯାଇଛି।
{"id":73502}ଘଟଣାରେ ତଦନ୍ତ କରି ରିପୋର୍ଟ ଦେବେ କନ୍ଧମାଳ ଜିଲ୍ଲାପାଳ । ଜିଲ୍ଲାପାଳ ତଦନ୍ତ ପାସ୍ କରିଛନ୍ତି ଉପଜିଲ୍ଲାପାଳଙ୍କ ନିକଟକୁ । କେଉଁ ପରିସ୍ଥିତିର ଛାତ୍ରୀ ମାଆ ହେଲେ, ଏଥିପାଇଁ କିଏ ଦାୟୀ ସେନେଇ ତଦନ୍ତ ହେବ । ସେପଟେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସ୍ଥାନୀୟ କଲେଜର ଏକ ଯୁକ୍ତ ୩ ଛାତ୍ରକୁ ଧରିଛି ପୋଲିସ। ଥଣ୍ଡାରେ ପୀଡିତା ଜଣକ ଶିଶୁକନ୍ୟାକୁ ଧରି ଜଙ୍ଗଲ ଭିତରେ ପଡିଥିଲେ ।