ପୋଲ ତଳୁ ଉଦ୍ଧାର ହେଲା ନବଜାତ ଶିଶୁ ପୁତ୍ର, ମୃତ ଘୋଷଣା କଲେ ଡାକ୍ତର
28/12/2022 at 8:10 PM

ଯାଜପୁର, ୨୮/୧୨: ଅଲୋଡ଼ା ହେଲା ନବଜାତ ଶିଶୁ ପୁତ୍ର । ପୋଲ ତଳେ ଉଦ୍ଧାର ହେଲା ନବଜାତକ। ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ଧନମଣ୍ଡଳ ନିକଟସ୍ଥ ସଙ୍ଗୁଡ଼ା ପୋଲ ତଳୁ ବୁଧବାର ସନ୍ଧ୍ୟା ସମୟରେ ଏକ ନବଜାତ ଶିଶୁ ପୁତ୍ର ପଡ଼ି ଉଦ୍ଧାର କରାଯାଇଛି।
ପୋଲ୍ ତଳେ ନବଜାତକ ପଡ଼ିଥିବାର ଦେଖିବା ପରେ ବଡଚଣା ଥାନାକୁ ଜଣାଇଥିଲେ ସ୍ଥାନୀୟ ଲୋକେ। ପରେ ପୋଲିସ ବଡ଼ ମେଡିକାଲ୍କୁ ଜଣାଇ ଥିଲେ, ସଙ୍ଗେ ସଙ୍ଗେ ମେଡିକାଲ୍ ଟିମ୍ ଘଟଣାରେ ପହଞ୍ଚି ଶିଶୁ ପୁତ୍ରଟିକୁ ମେଡିକାଲ୍ ନେଇଥିଲେ, ପରେ ସେଠାରେ ଶିଶୁ ପୁତ୍ରକୁ ଡାକ୍ତର ମୃତ ଘୋଷଣା କରିଥିଲେ । ସେପଟେ ବଡ଼ଚଣା ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରଛି।
Related Posts
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023