ନବଜାତ ଶିଶୁର ଗଳିତ ମୃତଦେହ ଉଦ୍ଧାର, ସିସିଟିଭି ଯାଞ୍ଚ କରୁଛି ପୋଲିସ
18/09/2023 at 12:20 PM

ଗଜପତି ୧୮।୯: ନବଜାତ ଶିଶୁର ଗଳିତ ମୃତଦେହ ଉଦ୍ଧାର ହୋଇଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ଆବର୍ଜନାପୂର୍ଣ୍ଣ ଅଞ୍ଚଳରୁ ନବଜାତ ଶିଶୁର ଗଳିତ ମୃତଦେହ ଉଦ୍ଧାର କରିଛି ପୋଲିସ ।
ସୂଚନାଯୋଗ୍ୟ ଯେ, ସୋମବାର ସକାଳୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ବଜାରର ମୁଖ୍ୟ ଗଳି ନିକଟରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି । ଗୋଟିଏ ଦୋକାନ ନିକଟ ଆବର୍ଜନାପୂର୍ଣ୍ଣ ଖାଲି ସ୍ଥାନରେ ଗୋଟିଏ ନବଜାତ ଶିଶୁର ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏହାପରେ ପାରଳାଖେମୁଣ୍ଡି ପୋଲିସକୁ ଲୋକେ ଜଣାଇଥିଲେ ।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶିଶୁର ମୃତଦେହକୁ ଉଦ୍ଧାର କରି ସ୍ଥାନୀୟ ଅଞ୍ଚଳର ଦୋକାନ ଗୁଡିକର ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି । ପିଲାଟିର ମୃତଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ପ୍ରାଥମିକ ତଦନ୍ତରୁ ଯାହା ଜଣାପଡୁଛି ମୃତ ଅବସ୍ଥାରେ ଶିଶୁଟି ଜନ୍ମ ହେବା ପରେ କେହି ଏଭଳି ଅବସ୍ଥାରେ ଫୋପାଡ଼ି ଚାଲିଯାଇଥିବା ସନ୍ଦେହ କରୁଛି ପୋଲିସ ।
You Can Read :