ଢେଙ୍କାନାଳ ୩।୪: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଂଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ରାସୋଳ ଥାନା ଅନ୍ତର୍ଗତ ବିମ୍ବୋରି ଗ୍ରାମ ନିକଟରେ ଏକ ନବଜାତ ଶିଶୁର କ୍ଷତବିକ୍ଷତ ମୃତଦେହ ଠାବ ହୋଇଛି । କଇଁଆ ସାହିର ଏକ ଖଜୁରୀ ଲଟା ବୁଦା ମୂଳରେ ପଡିଛି ଏହି ଶିଶୁର ମୃତଦେହ । ଏହା ଏକ ସଦ୍ୟଜାତ ଶିଶୁ ହୋଇଥିବା ବେଳେ ଶିଶୁକୁ କୁକୁର ମାନେ ଟାଣି ଖାଉଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଖବର ପାଇ ରାସୋଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁର କ୍ଷତବିକ୍ଷତ ମୃତଦେହ ଜବତ କରିଛି । ପରେ ଘଟଣାସ୍ଥଳରେ ହିନ୍ଦୋଳ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପର ସର ଭାଇଜର ଓ ସ୍ଥାନୀୟ ଅଙ୍ଗନବାଡି କର୍ମୀ ପହଞ୍ଚିଛନ୍ତି । ମାତ୍ର ଉକ୍ତ ସଦ୍ୟଜାତ ଶିଶୁ ପୁତ୍ର କି କନ୍ୟା ସନ୍ତାନ ତାହା ଜଣାପଡିନାହିଁ । ତେବେ ଏହା ପଛରେ କେହି ଅବୈଧ ସନ୍ତାନ ଜନ୍ମ ହେଉ କିମ୍ବା କନ୍ୟା ଭ୍ରୁଣ ହତ୍ୟା କରି ଲୋକଲଜ୍ଜାକୁ ଏଡ଼ାଇବା ପାଇଁ ଏଠାରେ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି । ତେବେ ଏପରି ସ୍ପର୍ଶକାତର ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଆଲୋଡନ ସୃଷ୍ଟି କରିଛି ।
You Can Read :
କାଠ ଆଣିବାକୁ ଯାଇଥିଲେ ଜଙ୍ଗଲକୁ, ଦଳିଦେଲା ଦନ୍ତା