ମାଆ ବାପାମାନେ ଜାଣିଛନ୍ତି ଯେ ଯଦି ଶିଶୁ ଟିକେ ବ୍ୟସ୍ତ ହୋଇଥାଏ ତେବେ କାନ୍ଦି କାନ୍ଦି ମୁହଁ ଲାଲ କରିଦେଇଥାଏ। ପ୍ରତିଥର ଆମେ ଶିଶୁ କାନ୍ଦିଲେ ଭାବିଥାଉ ଯେ ତାକୁ ଭୋକ ଲାଗୁଛି। କିନ୍ତୁ ବେଳେବେଳେ ଶିଶୁମାନେ ବିଶେଷ ଧ୍ୟାନରେ ରହିବା ପାଇଁ କାନ୍ଦିଥାନ୍ତି।
ଆପଣ ନିଜ ଶିଶୁ ଜୋରରେ ଚିତ୍କାର କରି କାନ୍ଦୁଥିବାର ଦେଖିଥିବେ କିନ୍ତୁ ଆପଣ କେବେ ଗୋଟିଏ ଜିନିଷ ଲକ୍ଷ୍ୟ କରିଛନ୍ତି କି ଆପଣଙ୍କ ନବଜାତ ଶିଶୁ ଯେତେ କାନ୍ଦିଲେ ମଧ୍ୟ ତା ଆଖିରୁ ଗୋଟିଏ ବି ଲୁହ ଝରିନଥାଏ। ଆସନ୍ତୁ ଜାଣିବା ଏହାର କାରଣ
wp:gallery {"ids":[66161]}୩ମାସରୁ ଅଧିକ ବୟସର ଶିଶୁ ଏବଂ ସାଧାରଣ ବୟସର ମଣିଷମାନଙ୍କ ଲୁହ ନିମନ୍ତେ ଏକ ଲୈାହ ବାଷ୍ପ ((ଟିୟର ଡକ୍ଟ) ଥାଏ। ବାଦାମ ଦାନା ଆକୃତି ପରି ହୋଇଥିବା ଟିୟର ଡକ୍ଟ ଏପରି ଏକ ତରଳ ପଦାର୍ଥ ନିର୍ଗତ କରିଥାଏ ଯାହା ଲୁହ ରୂପରେ ଶରୀରରୁ ବାହାରିଥାଏ।
ଆଖିରୁ ଲୁହ ବାହାରିବା ଆଖିର ସ୍ବାସ୍ଥ୍ୟ ନିମନ୍ତେ ଉତ୍ତମ ସାବ୍ୟସ୍ତ ହୋଇଥାଏ। ବାସ୍ତବରେ ଲୁହ ବାହାରିବାର ପୂରା ପ୍ରକ୍ରିୟା ଏକ ଜଳ ନିଷ୍କାସନ ପ୍ରକ୍ରିୟା ଭାବେ କାମ କରିଥାଏ। ଏହି ଲୈାହ ବାଷ୍ପ ଆମ ଆଖି କୋଣରେ ନାକର ଆଭ୍ୟନ୍ତରୀଣ ଶିରାକୁ ଛୁଇଁ ଏପରି ବ୍ୟବସ୍ଥିତ ହୋଇଥାଏ ଯେ ଯେତେବେଳେ ଆଖିରେ ଧୂଳି ପଡ଼ିଥାଏ କିମ୍ବା ପୋକ ଯୋକ ପଡ଼ିଥାଏ କିମ୍ବା ଆଘାତ ଲାଗିଲେ ତତକ୍ଷଣାତ୍ ଆଖିରୁ ଲୁହ ଝରିଥାଏ। ଲୈାହ ବାଷ୍ପରେ ଲେକ୍ରିମାଲ୍ ଗ୍ଲାଣ୍ଡ ଥାଏ ଯାହା ଲୁହ ପ୍ରସ୍ତୁତ କରିଥାଏ। ଏହି ଲେକ୍ରିମାଲ୍ ଗ୍ଲାଣ୍ଡ ବାଦାମ ଆକାର ଭଳି ଦୁଇଟି ଥଳୀ ହୋଇଥାଏ। ଏହା ଭ୍ରୃଲତାର ଠିକ୍ ତଳେ ଏବଂ ଟିକେ ବାହାର ପଟେ ଥାଏ।
wp:gallery {"ids":[66162]}ଆମେ ଯେତେବେଳେ କାନ୍ଦିଥାଉ ଏହି ଟିୟର ଡକ୍ଟରୁ ବାହାରୁଥିବା ଲୁହ ଯୋଗୁଁ ଆମ ଆଖିରୁ ଲୁହ ବୋହିଥାଏ। କିନ୍ତୁ ନବଜାତ ଶିଶୁଙ୍କ ଜନ୍ମର ଦୁଇ କିମ୍ବା ତିନି ସପ୍ତାହ ପର୍ଯ୍ୟନ୍ତ ଲେକ୍ରିମଲ୍ ଗ୍ଲାଣ୍ଡରୁ ଆଖିକୁ ବୋହୁଥିବା ଡକ୍ଟସ୍ ଭଲଭାବରେ ବିକଶିତ ହୋଇନଥିବାରୁ ଶିଶୁମାବେ ଯେତେ ସମୟ ଏବଂ ଯେତେ ଜୋରରେ କାନ୍ଦିଲେ ମଧ୍ୟ ତାଙ୍କ ଆଖିରୁ ଲୁହ ବୋହିନଥାଏ। ଶିଶୁ ବିଶେଷଜ୍ଞଙ୍କ କହିବା ଅନୁସାରେ କେତେକ ଶିଶୁଙ୍କର ଟିୟର ଡକ୍ଟ ବିକଶିତ ହେବାକୁ ୨ରୁ ୩ମାସ ପର୍ଯ୍ୟନ୍ତ ସମୟ ଲାଗିଯାଇଥାଏ।
wp:gallery {"ids":[66163]}ଆଉ କେତେକାଂଶରେ ଶିଶୁଙ୍କ ଆଖିରେ ଲୁହ ବୋହିବାକୁ ୬ମାସ ସମୟ ଲାଗିଯାଇଥାଏ। ଡିହାଇଡ୍ରେସନ ସମସ୍ୟା ଏବଂ ଟିୟର ଡକ୍ଟରେ ସମସ୍ୟା ଯୋଗୁଁ ଲୁହ ବାହାରିନଥାଏ। ଏପରି ପରିସ୍ଥିତିରେ ଶିଶୁଙ୍କୁ ଅଧିକ ପାଣି ଏବଂ ଅନ୍ୟ ତରଳ ପଦାର୍ଥ ଦେବା ଉଚିତ୍। ଯଦି ଶିଶୁର ଟିୟର ଡକ୍ଟରେ କୈାଣସି ଧରଣର ବ୍ଲକେଜ ସମସ୍ୟା ଥାଏ ତେବେ ଶିଶୁର ଆଖିରୁ ହଳଦିଆ ପଦାର୍ଥ ବାହାରିଥାଏ। ଯଦି ଶିଶୁଙ୍କଠାରେ ଏପରି ସମସ୍ୟା ଦେଖାଯାଏ ତେବେ ତୁରନ୍ତ ଶିଶୂ ରୋଗ ବିଶେଷଜ୍ଞଙ୍କ ପାଖକୁ ନେଇଯିବା ଉଚିତ୍।