ବାରଙ୍ଗ ୦୨/୦୯: ଖୁସି ଜିରାଫକୁ ମିଳିଲା ଖୁସି । ବାର ବର୍ଷେ ପରେ ମିଳିଲା ଖୁସିକୁ ସାଥି । ୱେଷ୍ଟ ବେଙ୍ଗଲର ଅଲିପୁର ଜୁୁ ନନ୍ଦନକାନନକୁ ଆସିଛନ୍ତି ଦୁଇ ଜିରାଫ । ଦୁହିଁଙ୍କୁ ଆଣିବାକୁ ଗୋଟେ ସ୍ୱତନ୍ତ୍ର ଦଳ ଓଡିଶାରୁ ଯାଇଥିଲେ । ସେମାନେ ୩୧ ଅଗଷ୍ଟରେ ଅଲିପୁରରୁ ବାହାରି ଗୋଟେ ୧୬.୫ ଫିଟ ଉଚ୍ଚ ବାକ୍ସର ବ୍ୟବସ୍ଥା କରାଯାଇଥିଲା ।
ଯାହାକୁ ଦୀର୍ଘ ୨୫ ଘଣ୍ଟା ଯାତ୍ରା କରି ୨୫ କିମି ବେଗରେ ଆସି ନନ୍ଦନକାନନ ଜିୟୋଲୋଜିକାଲ ପାର୍କରେ ପହଁଚିଲେ । ବର୍ତ୍ତମାନ ଦୁଇ ଜିରାଫକୁ କ୍ୟେରେନଟାଇନରେ ରଖାଯାଇଛି । ସ୍ୱତନ୍ତ୍ର ଟିମ ତାର ଖାଦ୍ୟ, ରହଣି, ସ୍ୱାସ୍ଥ୍ୟ ଅବସ୍ଥାର ଅନୁଧ୍ୟାନ କରୁଛନ୍ତି । ନନ୍ଦନକାନନରେ ଥିବା ଖୁସି ଜିରାଫକୁ ୨୦୧୨ରେ ପାଟନା ଜୁ ରୁ ଆଣିଥିଲେ ।
ଏହା ପୂର୍ବରୁ ୨୦୦୮ରେ ଅଲିପୁର ଜୁ ରୁ ଗୋଟେ ଜିରାଫକୁ ଅଣାଯିଵା ବାଟରେ ଇଲେକ୍ଟ୍ରି ତାର ଲାଗି ତାର ମୃତ୍ୟୁ ହେଇଥିଲା । ପୁଣି ୨୦୧୬ ଆଉ ଗୋଟେ ମେଲ ଜିରାଫକୁ ନନ୍ଦନକାନନରେ ଆଣି ପହଞ୍ଚାଇଥିଲେ । କିନ୍ତୁ ସେ ଛଅ ଦିନ ଭିତରେ ରୋଗରେ ଆକ୍ରାନ୍ତ ହେଇ ମରିଗଲା । ଏହି ଦିନ ଠାରୁ ଖୁସି ଜିରାଫ ଏକା ନିଃସଙ୍ଗ ହେଇ ନନ୍ଦନକାନନରେ ଥିଲା ନୂଆ ଦୁଇ ଜିରାଫ ନିଶ୍ଚିତ ଖୁସି ପାଇଁ ବଡ଼ ଖୁସି ଆଣିଦେବେ ।