ୱେଲିଂଟନ ଟେଷ୍ଟର ୧ମ ଇନିଂସ : ନ୍ୟୁଜିଲାଣ୍ଡ ୩୪୮ରନ୍‌ରେ ଅଲ୍ଆ‌ଉଟ, ଇଶାନ୍ତ ଶର୍ମାଙ୍କୁ ୫ଓ୍ବିକେଟ୍

Published By : Prameya-News7 Bureau | February 23, 2020 IST

ୱେଲିଂଟନ ୨୩।୦୨: ନ୍ୟୁଜିଲାଣ୍ଡର ୱେଲିଂଟନର ବେସିନ୍‌ ରିଜର୍ଭ ଗ୍ରାଉଣ୍ଡରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଜାରି ରହିଛି । ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ଟିମ୍‌ ୩୪୮ରନ୍ କରି ଅଲଆଉଟ ହୋଇଯାଇଛି । ପ୍ରଥମ ଇନିଂସରେ ଭାରତ ଠାରୁ ୧୮୩ରନ୍‌ରେ ଅଗ୍ରଣୀ ରହିଛି । ନ୍ୟୁଜିଲାଣ୍ଡ ପକ୍ଷରୁ ଅଧିନାୟକ କେନ୍‌ ଓ୍ବିଲିୟମସନ ସର୍ବାଧିକ ୮୯ରନ କରିଛନ୍ତି । ସେହିପରି ଭାରତ ପକ୍ଷରୁ ଦ୍ରୁତ ବୋଲର ଇଶାନ୍ତ ଶର୍ମା ସର୍ବାଧିକ ୫ଟି ଓ୍ବିକେଟ ନେଇଛନ୍ତି ।

{"id":227918,"sizeSlug":"large"}

ଘରୋଇ ଟିମ୍‌ ଦ୍ୱିତୀୟ ଦିନରେ ଭାରତ ଠାରୁ ୫୧ ରନ ଅଗ୍ରଣୀ ରହିଥିଲା । ଖରାପ ଲାଇଟ ଯୋଗୁଁ ଦ୍ବିତୀୟ ଦିନର ଖେଳକୁ ସମୟ ପୂର୍ବରୁ ବନ୍ଦ କରିବାକୁ ପଡ଼ିଥିଲା । ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ୫ଟି ୱିକେଟ ହରାଇ ୨୧୬ ରନ ସଂଗ୍ରହ କରିଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ପ୍ରଥମ ଇନିଂସରେ ଟମ୍‌ ଲାଥମ ୧୧, ଟିମ୍‌ ବ୍ଲଣ୍ଡେଲ୍‌ ୩୦, ଅଧିନାୟକ କେନ୍‌ ଓ୍ବିଲିୟମସନ୍‌ ୮୯, ରସ୍‌ ଟେଲର ୪୪, ନିକୋଲାସ୍‌ ୧୭, ଓ୍ବାଲଟିଙ୍ଗ ୧୪, ଗ୍ରାଣ୍ଡହୋମ ୪୩, ସାଉଦି୬, ଜାମିସନ ୪୪, ବୋଲ୍ଟ ୩୮, ପଟେଲ ୪ରନ୍ କରିଛନ୍ତି ।

{"id":227919,"sizeSlug":"large"}

କିଓ୍ବି ଟିମ୍‌ ୧୦୦.୨ ଓଭର ଖେଳି ସମସ୍ତ ଓ୍ବିକେଟ ହରାଇ ୩୪୮ରନ୍‌ କରିଛି । ସେହିପରି ଭାରତ ପକ୍ଷରୁ ପୁଣି ବିଦେଶୀ ପିଚ୍‌ରେ ଚମିକିଛନ୍ତ ଦ୍ରୁତ ବୋଲର ଇଶାନ୍ତ ଶର୍ମା । ଇଶାନ୍ତ ଶର୍ମା ୨୨.୨ଓଭର ବୋଲିଂ କରି ୫ଓ୍ବିକେଟ ନେଇଛନ୍ତି । ଯାହା ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ଭାରତ ପକ୍ଷରୁ ସର୍ବାଧିକ ଓ୍ବିକେଟ ନେଇଥିବା ବୋଲର । ସେହିପରି  ସ୍ପିନର ରବିଚନ୍ଦ୍ରନ ଅଶ୍ବିନୀ ୩ଓ୍ବିକେଟ ନଇଥିବା ବେଳେ ସାମି ଓ ବୁମରାହ ୧-୧ଲେଖାଏଁ ଓ୍ବିକେଟ ନେଇଛନ୍ତି ।

{"id":227920,"sizeSlug":"large"}

ଟେଷ୍ଟ ମ୍ୟାଚ୍‌ରେ ଦ୍ବିତୀୟ ଇନିଂସରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଛି ଟିମ୍‌ ଇଣ୍ଡିଆ । କିଛି ସମୟ ଧରି ଠିକଣା ଭାବେ ଖେଳୁଥିଲେ ମଧ୍ୟ ପ୍ରଥମ ଇନିଂସ ପରି ପ୍ରାରମ୍ଭିକ ଝଟକା ଲାଗିଛି ଭାରତୀୟ ଟିମ୍‌କୁ । ଦଳର ଓପନର ପୃଥୀ ସ ୧୪ରନ୍‌ କରି ପାଭିଲିୟନ ଫେରିଯାଇଛନ୍ତି । ଦଳୀୟ ୨୭ରନ୍‌ ହୋଇଥିବା ବେଳେ ଦଳକୁ ପ୍ରଥମ ଝଟକା ଲାଗିଛି । ତେବେ ଖବର ଲେଖାହେବା ପର୍ଯ୍ୟନ୍ତ ମୟଙ୍କ ଅଗ୍ରାଓ୍ବାଲ ଓ ଚେତେଶ୍ବର ପୂଜାରା କ୍ରିଜ୍‌ରେ ଉପସ୍ଥିତ ରହିଛନ୍ତି । ଉଭୟ ୩୭ ଓ ୬ ରନ୍‌ କରି ଅପରାଜିତ ରହିଛନ୍ତି ।     

{"id":227921,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.