ଭାରତ-ନ୍ୟୁଜିଲାଣ୍ଡ ୩ୟ ଦିନିକିଆ, ଟସ୍ ଜିତି କିଓ୍ୱି ଟିମ୍ର ବୋଲିଂ ନିଷ୍ପତ୍ତି
24/01/2023 at 1:09 PM

ଇନ୍ଦୋର ୨୪।୦୧: ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍। ୩ୟ ଦିନିକିଆରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ନ୍ୟୁଜିଲାଣ୍ଡ । ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।
3RD ODI. New Zealand won the toss and elected to field. https://t.co/ojTz5RqWZf #INDvNZ @mastercardindia
— BCCI (@BCCI) January 24, 2023
ଭାରତୀୟ ଟିମ୍ ପୂର୍ବ ୨ଟି ମ୍ୟାଚ୍ ଜିତି ସିରିଜ୍କୁ ୨-୦ରେ ଜିତିସାରିଛି । ଜାନୁଆରୀ ୧୮ରୁ ଆରମ୍ଭ ହୋଇଥିବା ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍କୁ ୧୨ ରନ୍ରେ ଜିତିଥିଲା ଟିମ୍ ଇଣ୍ଡିଆ । ଏହାପରେ ୨ୟ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ଭାରତ ୮ ଓ୍ୱିକେଟ୍ରେ ପରାସ୍ତ କରିଛି । ମଙ୍ଗଳବାର ଦିନିକିଆ ସିରିଜ୍ର ଶେଷ ମ୍ୟାଚ୍ ମଧ୍ୟପ୍ରଦେଶର ଇନ୍ଦୋର ହୋଲ୍କୋର କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯିବ ।
ଚୂଡାନ୍ତ ଏକାଦଶ
ଭାରତ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ୱାସିଂଟନ ସୁନ୍ଦର, ସର୍ଦୁଲ ଠାକୁର, କୁଲଦୀପ ଯାଦବ, ୟୁଝବେନ୍ଦ୍ର ଚହଲ, ଉମ୍ରାନ ମଲିକ ।
ନ୍ୟୁଜିଲାଣ୍ଡ: ଫିନ ଆଲେନ, ଡେଭନ କନୱେ, ହେନରୀ ନିକୋଲ୍ସ , ଡାରିଲ ମିଚେଲ, ଟମ ଲାଥମ(ଅଧିନାୟକ), ଗ୍ଲେନ ଫିଲିପ୍ସ, ମାଇକେଲ ବ୍ରେସୱେଲ୍, ମିଚେଲ ସାଣ୍ଟନର, ଜାକବ ଡଫି, ଲୋକି ଫର୍ଗୁସନ, ବ୍ଲେୟାର ଟିକ୍ନର ।