IND vs NZ : ତୃତୀୟ ଦିନିକିଆ ବାତିଲ୍‌, ଟି-୨୦ ସିରିଜ୍‌ର ବଦ୍‌ଲା ନେଲା ନ୍ୟୁଜିଲାଣ୍ଡ ଟିମ୍‌

Published By : Prameya-News7 Bureau | November 30, 2022 IST

ନାପିୟର ୩୦।୧୧ :  ତୃତୀୟ ଦିନିକିଆ ବି ବାତିଲ । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ୨ୟ ଦିନିକିଆ  ପରେ ବି ୩ୟ ମ୍ୟାଚ୍‌ ବି ବାତିଲ ହୋଇଛି । ଯାହାଫଳରେ ଦିନିକିଆ ସିରିଜ୍‌କୁ ୧-୦ରେ ବିଜୟୀ ହୋଇଛି ନ୍ୟୁଜିଲାଣ୍ଡ ।

ଟି-୨୦ ସିରିଜ୍‌ର ବଦ୍‌ଲା ନେଲା ନ୍ୟୁଜିଲାଣ୍ଡ ଟିମ୍‌ । ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ବର୍ଷା ଲାଗି ବାତିଲ୍‌ ହୋଇଥିଲା । ପରେ ୨ୟ ମ୍ୟାଚ୍‌କୁ ଭାରତ ୬୫ ରନ୍‌ରେ ବିଜୟୀ ହୋଇଥିଲା । କିନ୍ତୁ ସିରିଜ୍‌ର ଶେଷ ମ୍ୟାଚ୍‌ ବର୍ଷା ଲାଗି ବାତିଲ ହୋଇଯାଇଥିଲା । ଯାହାଫଳରେ ଭାରତ ୧-୦ରେ ସିରିଜ୍‌ ବିଜୟୀ ହୋଇଥିଲା । ଆଉ ଏବେ ଟି-୨୦ ସିରିଜ୍‌ ପରାଜୟର ବଦ୍‌ଲା ନେଇଛି ଟିମ୍ ଇଣ୍ଡିଆ । ୩ଟିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡଠୁ ୭ଓ୍ୱିକେଟ୍‌ର ପରାସ୍ତ ହୋଇଥିଲା ଟିମ୍‌ ଇଣ୍ଡିଆ । ହେଲେ ଏହାପରେ ଥିବା ୨ୟ ଏବଂ ୩ୟ ମ୍ୟାଚ୍‌ ବର୍ଷା ଲାଗି ବାତିଲ ହୋଇଥିଲା । ଫଳରେ ଦିନିକିଆ ସିରିଜ୍‌କୁ ୧-୦ରେ ବିଜୟୀ ହୋଇଛି ଟିମ୍‌ ଇଣ୍ଡିଆ ।

wp:html /wp:html

ତେବେ ୩ୟ ଦିନିକିଆରେ ପ୍ରଥମ ବ୍ୟାଟିଂ କରି ମାତ୍ର ୨୧୯ରନ୍‌ କରି ଇଣ୍ଡିଆନ୍‌ ଟିମ୍‌ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଯେଉଁଥିରେ ସର୍ବାଧିକ ରନ୍‌ ଓ୍ୱାସିଂଟନ୍‌ ସୁନ୍ଦର କରିଥିଲେ । ତାଙ୍କ ପଛକୁ ଶ୍ରେୟସ ଆୟର ରହିଥିଲେ । ହେଲେ ଅନ୍ୟ କୌଣସି ବ୍ୟାଟର କିଓ୍ୱି ବୋଲରଙ୍କ ସାମ୍ନା କରିପାରନଥିଲା । ଶେଷରେ ପୁରା ୫୦ ଓଭର ଖେଳିପାରିନଥିଲା ଟିମ୍‌ ଇଣ୍ଡିଆ । ୪୭ ଓଭର ୩ଟି ବଲ୍‌ରେ ପୁରା ଟିମ୍‌ ୨୧୯ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା ।

ସେପଟେ ୨୨୦ ରନ୍‌ର ବିଜୟ ଲକ୍ଷ୍ୟକୁ ନେଇ ପଡିଆକୁ ଓହ୍ଲାଇଥିଲେ ଘରୋଇ (ନ୍ୟୁଜିଲାଣ୍ଡ) ଟିମ୍‌ । ପାଓ୍ୱାରପ୍ଲେରେ ନ୍ୟୁଜିଲାଣ୍ଡ ବ୍ୟାଟର କୌଣସି ଓ୍ୱିକେଟ୍‌ ନହରାଇ ଭଲ ସ୍କୋର କରିଥିଲେ । ହେଲେ ଦଳର ୧୬ତମ ଓଭରରେ ଲାଗିଥିଲା ଝଟ୍‌କା । ଫିନ୍‌ ଆଲେନ୍‌ ବ୍ୟକ୍ତିଗତ ଭାବେ ୫୭ ରନ୍‌ କରି ଉମ୍‌ରାନ୍‌ ମଲ୍ଲିକଙ୍କ ଶିକାର ହୋଇଥିଲେ । ଏହାପରେ କିଛି ସମୟ ପାଇଁ ଖେଳ ଚାଲିଥିଲା । ହେଲେ ପୁଣି ବାଧକ ସାଜିଥିଲା ବର୍ଷା । ଦୀର୍ଘ ସମୟ ଧରି ବର୍ଷା ଲାଗି ରହିବା ଏବଂ ଆଉଟ ଫିଲ୍ଡ ସମସ୍ୟା ନେଇ ମ୍ୟାଚ୍‌କୁ ବାତିଲ କରାଯାଇଛି । ଘରୋଇ (ନ୍ୟୁଜିଲାଣ୍ଡ) ଟିମ୍‌ ଦିନିକିଆ ସିରିଜ୍‌କୁ ୧-୦ରେ ବିଜୟୀ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.