ସାମି-ବୁମ୍ରାହଙ୍କ କମାଲ, ନ୍ୟୁଜିଲାଣ୍ଡ ୨୩୫ରନ୍ରେ ଅଲ୍ଆଉଟ୍ : ଖ୍ରୀଷ୍ଟଚର୍ଚ୍ଚରେ ଏବେ ଭାରତ ଆଗରେ
1/03/2020 at 8:14 AM

ଖ୍ରୀଷ୍ଟଚର୍ଚ୍ଚ ୨୯।୦୨: ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚରେ ଚାଲିଲା ଭାରତୀୟ ବୋଲର ଯାଦୁ । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଅନ୍ତିମ୍ ମ୍ୟାଚ୍ରେ ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯାଉଛି । ପ୍ରଥମ ଟେଷ୍ଟର ପ୍ରଥମ ଇନିନଂସରେ ଭାରତୀୟ ବୋଲରଙ୍କ ଦମ୍ଦାର ପ୍ରଦର୍ଶନ । ନ୍ୟୁଜିଲାଣ୍ଡକୁ ୨୩୫ରନ୍ରେ ଅଟକାଇଲେ ଭାରତୀୟ ବୋଲର । ୨୩୫ରନ୍ କରି ପ୍ରଥମ ଇନିଂସରେ ଅଲଆଉଟ୍ ହୋଇଯାଇଛି ନ୍ୟୁଜିଲାଣ୍ଡ ଟିମ୍ । ପ୍ରଥମ ଇନିଂସରେ କିଓ୍ବି ଟିମ୍ ମାତ୍ର ୭୩.୧ ଓଭର ଖେଳିପାରିଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ପ୍ରଥମ ଇନିଂସରେ ଟମ୍ ଲାଥମ ସର୍ବାଧିକ ୫୨ରନ୍ କରିଛନ୍ତି । ସେପଟେ ଭାରତ ପକ୍ଷରୁ ପ୍ରଥମ ଇନିଂସରେ ମହମ୍ମଦ ସାମି ସର୍ବାଧିକ ୪ଟି ଓ୍ବିକେଟ ନେଇଛନ୍ତି । ଭାରତ ଠାରୁ ଏବେ ୭ରନ୍ ପଛରେ ରହିଛି ନ୍ୟୁଜିଲାଣ୍ଡ ଟିମ୍ ।

ପ୍ରଥମ ଇନିଂସରେ ଭାରତ ୨୪୨ରନ୍ କରି ଅଲଆଉଟ ହୋଇଯାଇଥିଲା । ତେବେ ଭାରତର ରନ୍କୁ ପିଛା କରିବା ପାଇଁ ପଡିଆକୁ ଓହ୍ଲାଇଥିଲା କିଓ୍ବି ଟିମ୍ । ପ୍ରଥମ ଦିନରେ କୌଣସି ଓ୍ବିକେଟ୍ ନହାରଇ ୨୩ଓଭରରେ ୬୩ରନ୍ ସଂଗ୍ରହ କରିଥିଲା ନ୍ୟୁଜିଲାଣ୍ଡ । ସେହିପରି ଦ୍ବିତୀୟ ଦିନରେ ଖେଳ ଆରମ୍ଭ ହେବା ମାତ୍ର ଦେଖାଦେଇଥିଲା ଭାରତୀୟ ବୋଲରଙ୍କ କମାଲ୍ । ପୂର୍ବ ଦିନରେ ରନ୍ରେ ମାତ୍ର ୩ରନ୍ ଯୋଡିବା ପରେ ନ୍ୟୁଜିଲାଣ୍ଡ ଇନିଂସର ପ୍ରଥମ ଓ୍ବିକେଟ୍ ବ୍ଲୁଣ୍ଡେଲଙ୍କ ରୂପରେ ପଡିଥିଲା । ବ୍ଲୁଣ୍ଡେଲ ବ୍ୟକ୍ତିଗତ ଭାବେ ୩୦ରନ୍ ଆଉଟ ହୋଇଯାଇଥିଲେ । ପରେ ପରେ ଆରମ୍ଭ ହୋଇଯାଇଥିଲା ନ୍ୟୁଜିଲାଣ୍ଡର ଓ୍ବିକେଟ୍ ପତନ ।

ଭାରତୀୟ ବୋଲିଂ ଆଟାକ୍କୁ ସମ୍ମୁଖୀନ ହେବାରେ ବିଫଳ ହୋଇଥିଲେ କିଓ୍ବି ବ୍ୟାଟସମ୍ୟାନ୍ । ନ୍ୟୁଜିଲାଣ୍ଡର ମଧ୍ୟକ୍ରମ ଅର୍ଡର ଅନ୍ତରାଳ ଭାବରେ ଭାରତୀୟ ବୋଲରଙ୍କ ଶୀକର ହୋଇଚାଲିଲେ । ଦଳ ପକ୍ଷରୁ ଓପନର ସର୍ବାଧିକ ୫୨ରନ୍ କରି ଆଉଟ ହୋଇଥିଲେ । ଟେଲର ୩୦, ନିକୋଲାସ୍ ୧୪, ଗ୍ରାଣ୍ଡହୋମ ୨୬, ଜମିସନ୍ ୪୯, ଓ୍ବେଗନର ୯ ରନ୍ କରିଛନ୍ତି । ଅନ୍ୟ ସମସ୍ତ ବ୍ୟାଟସମ୍ୟାନ୍ ଦୁଇ ଅଙ୍କ ଛୁଇଁପାରିନଥିଲେ ।

ସେପଟେ ପ୍ରଥମ ଇନିଂସରେ ଭାରତୀୟ ବୋଲରଙ୍କ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ ୪ଟି ଓ୍ବିକେଟ ନେଇଥିବା ବେଳେ ଜସ୍ପ୍ରିତ ବୁମ୍ରାହ ୩ଟି ଓ୍ବିକେଟ ନେଇଛନ୍ତି । ରବିନ୍ଦ୍ର ଜାଡେଜା ୨ ଓ ଉମେଶ ଯାଦବଙ୍କୁ ଗୋଟିଏ ଓ୍ବିକେଟ ମିଳିଛି ।

ଚା’ ପାନ ବିରତି ପରେ ଦ୍ବିତୀୟ ଇନିଂସ ଖେଳ ପାଇଁ ପଡିଆକୁ ଓହ୍ଲାଇଥିଲେ ଭାରତୀୟ ବ୍ୟାଟିଂ ଓପନର । ଯୁବ ପୃଥୀ ସ’ ଓ ମୟଙ୍କ ଅଗ୍ରଓ୍ବାଲ ଓପନର ଭାବେ ପଡିଆକୁ ଓହ୍ଲାଇଥିଲେ । ତେବେ ପୂର୍ବ ଇନିଂସ ପରି ଭାରତୀୟ ଦଳରୁ ପ୍ରାରମ୍ଭିକ ଝଟକା ଲାଗିଛି । ଓପନର ମୟଙ୍କ ୩ରନ୍ କରି ପାଭିଲିୟନ ଫେରିଯାଇଛନ୍ତି । ୧.୫ଓଭର ସୁଦ୍ଧା ଭାରତୀୟ ଦଳ ୮ରନ୍ରେ ୧ଟି ଓ୍ବିକେଟ୍ ହରାଇଛି । କ୍ରିଜରେ ଚେତେଶ୍ବର ପୂଜାର ଓ ପୃଥୀ କ୍ରିଜରେ ଖେଳ ଜାରି ରଖଛନ୍ତି ।