ଭାରତ-ନ୍ୟୁଜିଲାଣ୍ଡ ୨ୟ ଦିନିକିଆ : ଭାରତୀୟ ବୋଲରଙ୍କ ଜବରଦସ୍ତ ବୋଲିଂ, ୧୦୮ରନ୍‌ରେ ନ୍ୟୁଜିଲାଣ୍ଡ ଅଲ୍‌ଆଉଟ୍‌

Published By : Prameya-News7 Bureau | January 21, 2023 IST

ରାୟପୁର ୨୧।୦୧  :  ଭାରତ-ନ୍ୟୁଜିଲାଣ୍ଡ ୨ୟ ଦିନିକିଆ । ଭାରତୀୟ ବୋଲରଙ୍କ ଜବରଦସ୍ତ ବୋଲିଂ । ୧୦୮ ରନ୍‌ରେ ଅଲ୍‌ଆଉଟ୍‌ ହେଲା କିଓ୍ୱି ଟିମ୍‌ । ମହମ୍ମଦ ସାମି ନେଲେ ସର୍ବାଧିକ ୩ଟି ଓ୍ୱିକେଟ୍‌ ।

wp:html /wp:html

ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଟିମ୍‌ ଇଣ୍ଡିଆ । ଯାହାକି ଭାରତୀୟ ବୋଲରଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଥିଲା । ଭାରତୀୟ ବୋଲିଂ ଆଗରେ ତିଷ୍ଠି ପାରିନଥିଲେ କିଓ୍ୱି ବ୍ୟାଟର । ଲଗାତର ଅନ୍ତରାଳରେ ପଡିଚାଲିଥିଲା ଓ୍ୱିକେଟ୍‌ । ନ୍ୟୁଜିଲାଣ୍ଡ ପକ୍ଷରୁ ଗ୍ଲେନ୍‌ ଫିଲିକ୍ସ ସର୍ବାଧିକ ୩୬ ରନ୍‌ କରିଥିବା ବେଳେ ମିଚେଲ୍‌ ବ୍ରେସଓ୍ୱେଲ୍‌ ୨୨ ରନ୍‌, ମେଚଲ୍‌ ସାଣ୍ଟନର ୨୭ ରନ୍‌ କରିଛନ୍ତି । ବାକି ଆଉ କୌଣସି ବ୍ୟାଟସମ୍ୟାନ୍‌ ୨ ଅଙ୍କ ବି ଛୁଇଁପାରିନଥିଲେ ।

ସେପଟେ ଭାରତୀୟ ବୋଲର ମଧ୍ୟରେ ସର୍ବାଧିକ ଓ୍ୱିକେଟ୍‌ ମହମ୍ମଦ ସାମି ନେଇଛନ୍ତି । ସେ ୬ ଓଭର ବୋଲିଂ କରି ୧୮ରନ୍‌ ଦେଇ ୩ଟି ଓ୍ୱିକେଟ୍‌ ନେଇଛନ୍ତି । ତାଙ୍କ ପଛକୁ ଓ୍ୱାସିଂଟନ୍‌ ସୁନ୍ଦର ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ଓ୍ୱିକେଟ୍‌ ନେଇଛନ୍ତି । ତାପରେ ମହମ୍ମଦ ସିରାଜ, ସାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ୱିକେଟ୍‌ ନେଇଛନ୍ତି ।

ତେବେ ୧୦୯ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ । ଯଦି ଭାରତ ଆଜିର ମ୍ୟାଚ୍‌ ଜିତିଯାଉଛି । ତେବେ ସିରିଜ୍‌ ୨-୦ରେ ନିଜ ନାମରେ କରିବାରେ ସଫଳ ହେବ ଟିମ୍‌ ଇଣ୍ଡିଆ । ସିରିଜ୍‌ର ପ୍ରଥମ ଦିନିକିଆ ମ୍ୟାଚ୍‌ ୧-୦ରେ ଆଗୁଆ ରହିଛି ଟିମ୍‌ ଇଣ୍ଡିଆ । ନ୍ୟୁଜିଲାଣ୍ଡ ପାଇଁ କର ବା ମର ସ୍ଥିତିରେ ଏହି ମ୍ୟାଚ୍‌ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.