ଭାରତ-ନ୍ୟୁଜିଲାଣ୍ଡ ୨ୟ ଟି-ଟ୍ବେଣ୍ଟି : ଭାରତକୁ ୧୩୩ରନ୍‌ର ଟାର୍ଗେଟ ଦେଲା ନ୍ୟୁଜିଲାଣ୍ଡ

Published By : Prameya-News7 Bureau | January 26, 2020 IST

ଅକ୍‌ଲାଣ୍ଡ ୨୬।୦୧: ଭାରତକୁ ୧୩୩ରନ୍‌ର ଟାର୍ଗେଟ ଦେଲା କିଓ୍ବି ଟିମ୍‌ । ନ୍ୟୁଜିଲାଣ୍ଡ ଟିମ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ସୀମିତ ଓଭର ଖେଳି ୧୩୨ରନ ସଂଗ୍ରହ କରିବାରେ ସକ୍ଷମ ହୋଇଛି । ନ୍ୟୁଜିଲାଣ୍ଡ ଟିମ୍ ୨୦ଓଭର ଖେଳି ୫ଓ୍ବିକେଟ୍‌ ହରାଇ ୧୩୨ ସଂଗ୍ରହ କରିଛି । ନ୍ୟୁଜିଲାଣ୍ଡ ପକ୍ଷରୁ ଓପନର ମାର୍ଟିନ ଗୁପ୍ଚିଲ ସର୍ବାଧିକ ୩୩ରନ୍‌ କରିଥିବା ବେଳେ ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜା ସର୍ବାଧିକ ଓ୍ବିକେଟ ନେଇଛନ୍ତି ।

ଅକଲାଣ୍ଡ ଇଡେନ୍ ପାର୍କରେ ସିରିଜ୍‌ର ୨ୟ ମ୍ୟାଚ୍‌ ଖେଳାଯାଉଛି । ଟସ୍‌ ଜିତି ପଡିଆକୁ ଓହ୍ଲାଇଥିବା କିଓ୍ବି ଟିମ୍‌ । ଓପନର ମୁନରୋ ଓ ଗପ୍ଟିଲ ଭଳ ଆରମ୍ଭ ଦେଇଥିଲେ ମଧ୍ୟ ଦଳ ଏହାକୁ ବିଶାଳ ସ୍କୋରରେ ପରିବର୍ତ୍ତନ କରିପାରିଲାନାହିଁ । ମଧ୍ୟକ୍ରମରେ ଲଗାତର ଓ୍ବିକେଟ ପତନ ଯୋଗୁଁ ଦଳ ୨୦ଓଭରରେ ୧୩୨ରନ୍‌ ସଂଗ୍ରହ କରିବାରେ ସକ୍ଷମ ହୋଇଛି  । ନ୍ୟୁଜିଲାଣ୍ଡ ପକ୍ଷରୁ ଗୁପ୍ଟିଲ ୩୩, ମୁନରୋ ୨୬, ଅଧିନାୟକ ଓ୍ବିଲିୟମସନ ୧୪, ଟେଲର ୧୮ ଓ ଟିମ୍‌ ସେଲିଫର୍ଟ ୩୩ରନ କରିଛନ୍ତି । ସେହିଭଳି ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜା ୨ଟି , ସର୍ଦ୍ଦୁଲ ଠାକୁର , ବୁମ୍‌ରାହା ଓ ଶିଭମ୍‌ ଦୁବେ ଗୋଟିଏ ଗୋଟିଏ ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଛିନ୍ତି । ଭାରତ ୫ଟିକିଆ ସିରିଜରେ ୧-୦ରେ ଅଗ୍ରଣୀ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.