ଦ୍ଵିତୀୟ ଟି-୨୦: ଟସ୍ ଜିତି ନ୍ୟୁଜିଲାଣ୍ଡର ବ୍ୟାଟିଂ ନିଷ୍ପତ୍ତି, ଗୋଟିଏ ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇବ ଭାରତ
29/01/2023 at 6:45 PM

ଲକ୍ଷ୍ନୌ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଦ୍ଵିତୀୟ ଟି-୨୦ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଭାରତ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି। ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଭାରତ ପ୍ରଥମେ ବୋଲିଂ କରିବ। ଏହି ମ୍ୟାଚ୍ ଜିତିଲେ ଭାରତ ଶୃଙ୍ଖଳା ବରାବର କରିବ। ପରାଜିତ ହେଲେ ଶୃଙ୍ଖଳାରେ ପରାଜିତ ହେବ। ଭାରତୀୟ ଦଳ ଗୋଟିଏ ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇଛି। ଉମରାନ ମଲିକଙ୍କ ସ୍ଥାନରେ ୟୁଜବେନ୍ଦ୍ର ଚହଲଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି।
ଭାରତୀୟ ଦଳ
ଶୁବମାନ ଗିଲ୍, ଇଶାନ କିଷନ(ଓ୍ଵିକେଟ୍ କିପର), ରାହୁଲ ତ୍ରିପାଠୀ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଦୀପକ ହୁଡ୍ଡା, ଓ୍ଵାଶିଂଟନ ସୁନ୍ଦର, ଶିବମ ମାଭି, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ।
ନ୍ୟୁଜିଲାଣ୍ଡ
ଫିନ ଆଲେନ, ଡେଭନ କନଓ୍ଵେ(ଓ୍ଵିକେଟ୍ କିପର), ମାର୍କ ଚମ୍ପନ, ଗ୍ଲେନ ଫିଲିପ୍ସ, ଡାରିଲ୍ ମିଚେଲ୍, ମାଇକେଲ୍ ବ୍ରେସଓ୍ଵେଲ, ମିଚେଲ୍ ସାଣ୍ଟରନ(ଅଧିନାୟକ), ଇଶ ସୋଢି, ଜାକବ ଡଫି, ଲୋକି ଫର୍ଗ୍ୟୁସନ, ବ୍ଲେର ଟିକନର।