ବଡ଼ ମଞ୍ଚରେ ଭାରତ ସାମ୍ନାରେ ନ୍ୟୁଜିଲାଣ୍ଡ କଣ୍ଟା, କ୍ରିକେଟ୍ ପରେ ଭାଙ୍ଗିଲା ହକି ବିଶ୍ବକପ ସ୍ବପ୍ନ

Published By : Prameya-News7 Bureau | January 23, 2023 IST

ଭୁବନେଶ୍ବର: ଭାରତ ସ୍ବପ୍ନରେ କ୍ବିଓ୍ବି କଣ୍ଟା । ବଡ଼ ମଞ୍ଚରେ ମାତ୍ ଦେଇଛି ନ୍ୟୁଜିଲାଣ୍ଡ । ପ୍ରଥମେ କ୍ରିକେଟ୍ ଏବେ ହକି । ସୁଟଆଉଟରେ ଭାଙ୍ଗିଲା ସ୍ବପ୍ନ । ସେ କିକ୍ରେଟ୍ ବିଶ୍ବକପ ହେଉ କି ହକି ମହାକୁମ୍ଭ । ନଟଆଉଟ୍ ମ୍ୟାଚରେ ଲକ୍ଷ୍ମଣ ରେଖା ସାଜିଛି ନ୍ୟୁଜିଲାଣ୍ଡ । ପୁଣି ଏକ ବଡ଼ ମଞ୍ଚରେ ମ୍ୟାନ୍-ଇନ୍-ବ୍ଲୁ ସାମ୍ନାରେ ପାହାଡ଼ ପରି ଛିଡ଼ାହେଲା । କ୍ରିକେଟର ବଦଲା ହକିରେ ନେବା ଲକ୍ଷ୍ୟରେ ଥିବା ଟିମ୍ ଇଣ୍ଡିଆ, କ୍ରସଓଭର ମୁକାବିଲାରେ କଳିଙ୍ଗ ଷ୍ଟାଡିୟମରେ କାଟ୍ ଖାଇଲା । ଆଉ ୪-୫ ଗୋଲ୍‌ରେ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇଛି। ଧୂଳିସାତ୍ ହୋଇଛି ହକି ମହାକୁମ୍ଭ ଆଶା ।

ଏହା ପୂର୍ବରୁ ସମାନ ଢଙ୍ଗରେ ଭାରତର ବିଜୟ ଅଭିଯାନରେ ବ୍ରେକ୍ ଦେଇଥିଲା ନ୍ୟୁଜିଲାଣ୍ଡ । ୨୦୧୯ ଦିନିକିଆ ବିଶ୍ବକପ କ୍ରିକେଟ୍‌ରେ କଣ୍ଟା ସାଜିଥିଲା କେନ୍‌ଙ୍କ କ୍ବିଓ୍ବି ବାହୀନି । ମଞ୍ଚେଷ୍ଟରରେ ଇତିହାସ ଦୋହରାଇ ମହାକୁମ୍ଭ ଜିତିବାର ଆଶା ରଖିବା କୋହଲି ବାହିନୀ ସେମିଫାଇନ୍‌ରେ ନ୍ୟୁଜିଲାଣ୍ଡ ଠାରୁ ମାତ୍ର ୧୮ରନ୍‌ରେ ପରାସ୍ତ ହୋଇଥିଲା । ଆଉ ଟିମ୍ ଇଣ୍ଡିଆର ବିଶ୍ବକପ ଅଭିଯାନ ଶେଷ ହେବା ସଙ୍ଗେ ସଙ୍ଗେ ମହାନ କ୍ରିକେଟର ଏମଏସ ଧୋନିଙ୍କର ଓ୍ବାନଡେ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡ଼ିଲା । ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ମଧ୍ୟ ହାରିଥିଲା ଭାରତୀୟ ଦଳ । ଏବେ ପୁଣି ଥରେ ସମାନ୍‌ ସ୍ବପ୍ନ ଭାଙ୍ଗିଛି। ହକି ଓ୍ବାଲ୍ଡକପ୍‌ ସୁଟଆଉଟ୍ ଗେମ୍‌ ହାରି କ୍ବାର୍ଟର ଆଶା ମଉଳି ଯାଇଛି ।   

{"id":736705,"width":837,"height":581,"sizeSlug":"full","linkDestination":"none"}

ରବିବାର ସଂଧ୍ୟା, ଦୁଲୁକୁଥିଲା କଳିଙ୍ଗ ଷ୍ଟାଡିୟମ । ହକି ବିଶ୍ବକପର କ୍ରସଓଭର ମ୍ଯାଚରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ନ୍ୟୁଜିଲାଣ୍ଡ । ମାତ୍ର କ୍ଷଣକ ମଧ୍ୟରେ ୪୮ ବର୍ଷର ସ୍ବପ୍ନରେ ଭଟ୍ଟା ପଡ଼ିଗଲା । ସୁନ୍ଦରଗଡ଼ରୁ ସ୍ପେନକୁ ହରାଇ ହକି ହଲ୍ଲାବୋଲ୍ ଦେଇଥିବା ଭାରତ, କଳିଙ୍ଗ ଷାଡ଼ିୟମରେ ମାତ୍ ଖାଇଛି । ସଡନଡେଥ୍‌ ଗେମରେ କ୍ବିଓ୍ବି ଠାରୁ ହାରିଛି ଘରୋଇ ଦଳ । କ୍ରସଓଭର ସୁଟ୍‌ଆଉଟ୍‌ରେ ୪-୫ଗୋଲ୍‌ରେ ବାଜି ହାରି ମହାକୁମ୍ଭ ମିଶନରୁ ବାହାରିଯାଇଛି ।

wp:html /wp:html

ରବିବାର ସବୁଥିରେ ଫେଲ୍‌ ମାରିଥିଲା ଭାରତ । ୯ଟି ପେନାଲ୍ଟି କର୍ଣ୍ଣରରୁ ମାତ୍ର ୨ଟି ଗୋଲ ପାଇଥିଲା । ରକ୍ଷଣଭାଗ ନ୍ୟୁଜିଲାଣ୍ଡକୁ ଅଟକାଇବାରେ ପୂରା ବିଫଳ ରହିଥିଲେ । ଅନ୍ୟପଟେ ୨୬ ତାରିଖରେ ପୋଜିସନ ପାଇଁ ମ୍ୟାଚ୍ ଖେଳିବ ଭାରତ । ବିର୍ସାମୁଣ୍ଡାରେ ଜାପାନକୁ ଭେଟିବ ଦଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.