ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

କ୍ରିସ୍ କେର୍ନ୍ସଙ୍କ ଅବସ୍ଥା ଗୁରୁତର: ହାର୍ଟ ଅପରେସନ ପରେ ପକ୍ଷାଘାତରେ ପୀଡିତ

27/08/2021 at 3:34 PM

ନୂଆଦିଲ୍ଲୀ ୨୭/୦୮ : ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଅଲରାଉଣ୍ଡର କ୍ରିସ କେର୍ନ୍ସଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଛି। କ୍ରିସ୍ କେର୍ନ୍ସଙ୍କୁ ବଞ୍ଚାଇବାକୁ ତାଙ୍କର ହାର୍ଟ ଅପରେସନ କରାଯାଇଥିଲା। କିନ୍ତୁ ଅପରେସନ ପରେ କ୍ରିସ୍ କେର୍ନ୍ସ ପକ୍ଷାଘାତରେ ପୀଡିତ ଅଛନ୍ତି। ତାଙ୍କ ଗୋଡ ପକ୍ଷାଘାତ ହୋଇଯାଇଛି। କ୍ରିସ୍ କେର୍ନ୍ସ କାନବରା ଫେରି ଯାଇଛନ୍ତି କିନ୍ତୁ ତାଙ୍କ ସ୍ଥିତି ଗୁରୁତର ରହିଛି। ସିଡନୀରେ ତାଙ୍କ ହାର୍ଟ ଅପରେସନ ସମୟରେ ଅନେକ ଜଟିଳତା ସାମ୍ନାକୁ ଆସିଥିଲା। କ୍ରିସ୍ କେର୍ନ୍ସଙ୍କ ଓକିଲ ଆରୋନ ଲାୟଡ ଶୁକ୍ରବାର ଦିନ ଷ୍ଟାଫ ଡଟର ଡଟ ଏନଜେଡ଼ରେ ବୟାନ ଜାରି କରି ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଅପଡେଟ୍ ସୂଚନା ଦେଇଛନ୍ତି। 

କ୍ରିସ୍ କେର୍ନ୍ସଙ୍କ ଓକିଲ ଆରୋନ ଲାୟଡ ତାଙ୍କ ଗୋଡ ପକ୍ଷାଘାତ ହୋଇଥିବା ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘କ୍ରିସଙ୍କ ଜୀବନ ବଞ୍ଚାଇବାକୁ ତାଙ୍କ ହାର୍ଟ ଅପରେସନ କରାଗଲା। ଅପରେସନ ବେଳେ ସେ ସ୍ପାଇନାଲ୍ ଷ୍ଟ୍ରୋକର ଶିକାର ହୋଇଥିଲେ। ଯେଉଁଥିପାଇଁ ତାଙ୍କ ଗୋଡ ପକ୍ଷାଘାତ ହୋଇଯାଇଛି।

କ୍ରିସ୍ ଅଷ୍ଟ୍ରେଲିଆରେ ରହି ନିଜ ଚିକିତ୍ସା ଜାରି ରଖିବେ। ଅଷ୍ଟ୍ରେଲିଆରେ ସେ ମେରୁଦଣ୍ଡର ସ୍ୱତନ୍ତ୍ର ହସ୍ପିଟାଲରେ ଚିକିତ୍ସା କରାଇବେ। ଅଷ୍ଟ୍ରେଲିଆରେ ସେ ନିଜ ପରିବାର ସହ ହିଁ ରହିବେ। ତାଙ୍କ ପତ୍ନୀ ଅଷ୍ଟ୍ରେଲିଆରେ ଅଛନ୍ତି। ତାଙ୍କର ଦୁଇ ସନ୍ତାନ ମଧ୍ୟ ଅଛନ୍ତି। କ୍ରିସଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କ ପତ୍ନୀ ଓ ସନ୍ତାନ ତାଙ୍କ ସହ ଅଧିକ ସମୟ ବିତାଇବାକୁ ଚାହୁଁଛନ୍ତି।

ସୂଚନା ଅନୁଯାୟୀ, ପ୍ରାୟ ମାସେ ପୂର୍ବରୁ ସିଡନୀରେ କ୍ରିସ୍ କେର୍ନ୍ସଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତ ଗୋଟିଏ ମାସ ମଧ୍ୟରେ ଦୁଇଥର କ୍ରିସ୍ କେର୍ନ୍ସଙ୍କ ହାର୍ଟ ଅପରେସନ ହୋଇଛି। କ୍ରିସ୍ କେର୍ନ୍ସ ନ୍ୟୁଜିଲ୍ୟାଣ୍ଡ ପାଇଁ ୬୨ ଟେଷ୍ଟ, ୨୧୫ ଦିନିକିଆ ଓ ଦୁଇଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି।

   Related Posts