AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ମୃତଦେହ ଠାବ, ହାତୀକୁ ମାରି ନେଇଗଲେ ଦାନ୍ତ
  • ||
  • MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ
  • ||
  • ଭୁବନେଶ୍ୱର: ରାତିରେ ପାରଦ କମିବ ଓ ଶୀତ ବଢ଼ିବ, ଦିନରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା
  • ||
  • ତୋଲକୋଇ: ଦନ୍ତା ଆକ୍ରମଣରେ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ପଡିଛି ମୃତଦେହ
  • ||

ICC ODI Rankings: ନମ୍ବର ୱାନ ସ୍ଥାନ ହରାଇଲା ନ୍ୟୁଜିଲାଣ୍ଡ, ଶୀର୍ଷ ସ୍ଥାନକୁ ଯାଇପାରେ ଭାରତ, ଯଦି…

22/01/2023 at 3:47 PM

ନୂଆଦିଲ୍ଲୀ: ଭାରତ ଠାରୁ ଦିନିକିଆ ସିରିଜ୍ ହାରିବା ପରେ ନମ୍ବର ୱାନ୍ ସ୍ଥାନ ହରାଇଲା ନ୍ୟୁଜିଲାଣ୍ଡ। ଗତକାଲି ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଭାରତ ଠାରୁ ୮ ୱିକେଟ୍‌ରେ ପରାସ୍ତ ହୋଇଛି। ଏହି ପରାଜୟ ସହ କିୱି ଦଳ ଦିନିକିଆର ଟପ୍‌ ଟିମ୍ ତାଲିକାରେ ଏକ ନମ୍ବର ସ୍ଥାନରୁ ଖସି ଦୁଇ ନମ୍ବର ସ୍ଥାନକୁ ଚାଲିଆସିଛି। ନ୍ୟୁଜିଲାଣ୍ଡର ପତନ ପରେ ଇଂଲଣ୍ଡ ଶୀର୍ଷ ସ୍ଥାନକୁ ଉତ୍ତୀଣ୍ଣ ହୋଇଛି।

ତେବେ ଭାରତ ପାଖରେ ମଧ୍ୟ ନମ୍ବର ୱାନ୍ ହେବାର ସୁଯୋଗ ରହିଛି। ଯଦି ଟିମ୍-ଇଣ୍ଡିଆ ପୂରା ସିରିଜ୍ କ୍ଲିନ୍‌ସ୍ୱିପ୍ କରେ ତେବେ ଦିନିକି ତାଲିକାରେ ଏକନମ୍ବର ସ୍ଥାନକୁ ଯିବ। ସିରିଜ୍‌ର ତୃତୀୟ ମ୍ୟାଚ୍‌ ଭୋପାଳ ଇନ୍ଦୋରର ହୋଲକାର ଷ୍ଟାଡିୟମ୍‌ରେ ଖେଳାଯିବ।

ବର୍ତ୍ତମାନ ଦିନିକିଆ ରାଙ୍କିଙ୍ଗରେ ଭାରତ ଓ ନ୍ୟୁଜିଲାଣ୍ଡ ପାଖରେ ୧୧୩ ପଏଣ୍ଟ ଲେଖାଏ ରହିଛି। ଆଉ ଯଦି ସିରିଜ ଶେଷ ମ୍ୟାଚ୍ ଭାରତ ଜିତିଲା ତେବେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ସ୍ଥାନ ହରାଇ ତୃତୀୟକୁ ଆସିବ। ଭାରତ ଏକ ନମ୍ବର ହେବ ଓ ଇଂଲଣ୍ଡ ଦୁଇ ନମ୍ବରରେ ରହିବ।

ଭାରତ ସହ ଦିନିକିଆ ସିରିଜ ପୂର୍ବରୁ ନ୍ୟୁଜିଲାଣ୍ଡ ୧୧୫ ପଏଣ୍ଟ ସହ ଓଡିଆଇ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନରେ ରହିଥିଲା। ସେହିପରି ଇଂଲଣ୍ଡ ୧୧୩ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ୧୧୨ ପଏଣ୍ଟ ସହ ତୃତୀୟ ଓ ଭାରତ ୧୧୧ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଥିଲା।

ପଢ଼ନ୍ତୁ-ଶାମି-ସିରାଜ ଏବଂ ବୁମରା… ଭାରତକୁ ବିଶ୍ଵ କପ୍ ଜିତାଇବେ ଏହି ତ୍ରିମୂର୍ତ୍ତି !

ହେଲେ ଗତକାଲିର ମ୍ୟାଚରେ ଭାରତ ଠାରୁ ୮ ୱିକେଟ୍‌ ବ୍ୟବଧାନରେ ହାରିବା ପରେ ନ୍ୟୁଜିଲାଣ୍ଡ ପଏଣ୍ଟ ହ୍ରାସ ହୋଇ ୧୧୩ ହୋଇଯାଇଛି। ଯଦି ଦଳ ସିରିଜର ପରବର୍ତ୍ତି ମ୍ୟାଚ୍ ବି ହାରିଲା ତେବେ ଏକାଥରକେ ଚତୁର୍ଥ ସ୍ଥାନକୁ ଖସି ଆସିବ।  

ଜାନୁଆରୀ ୨୨ ତାରିଖ ସୁଧା ଆଇସିସି ରାଙ୍କିଙ୍ଗ୍

ଇଂଲଣ୍ଡ-୧୧୩
ନ୍ୟୁଜିଲାଣ୍ଡ-୧୧୩
ଇଣ୍ଡିଆ-୧୧୩
ଅଷ୍ଟ୍ରେଲିଆ ୧୧୨
ପାକିସ୍ତାନ-୧୦୬

ବର୍ତ୍ତମାନ ଭାରତ ପାଖରେ ଦିନିକିଆରେ ବି ନମ୍ବର ୱାନ୍ ହେବାର ସମ୍ଭାବନା ରହିଛି। କାରଣ  ପୂର୍ବରୁ ଭାରତ ଟି-୨୦ରେ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଟେଷ୍ଟରେ ଦ୍ୱିତୀୟ ସ୍ଥାନରେ ରହିଛି। ଟେଷ୍ଟରେ ଅଷ୍ଟ୍ରେଲିଆ ନମ୍ବର ୱାନ୍ ସ୍ଥାନରେ ରହିଛି।

   

   Related Posts