ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟ : ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୬୩/୦, ଭାରତ ୨୪୨ରେ ଅଲ୍‌ଆଉଟ୍‌

Published By : Prameya-News7 Bureau | February 29, 2020 IST

ଖ୍ରୀଷ୍ଟଚର୍ଚ୍ଚ ୨୯।୦୨: ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚରେ ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ତେବେ ୨ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନର ଖେଳ ଶେଷ ହୋଇଛି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୨୩ଓଭର ଖେଳି କୌଣସି ଓ୍ବିକେଟ ନହରାଇ ୬୩ରନ୍‌ କରିଛି । ଭାରତ ପ୍ରଥମ ଇନିଂସରେ ୬୩ଓଭର ଖେଳି ୨୪୨ରନ୍‌ କରି ଅଲଆଉଟ ହୋଇଯାଇଥିଲା । ତେବେ ଭାରତର ପ୍ରଥମ ଇନିଂସ ରନ୍‌ ଠାରୁ ନ୍ୟୁଜିଲାଣ୍ଡ ୧୭୯ରନ୍‌ ପଛରେ ରହିଛି ।

{"id":230684,"sizeSlug":"large"}

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିବା ଭାରତୀୟ ଟିମ୍‌ରୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ଦଳୀୟ ସ୍କୋର ୩୦ରନ ହୋଇଥିବା ବେଳେ ଓପନର ମୟଙ୍କ ଅଗ୍ରଓ୍ବାଲ ୭ରନ୍‌ କରି ଆଉଟ ହୋଇଥିଲେ । ପରେ ଅନ୍ତଜାର୍ତୀୟ ଟେଷ୍ଟ କ୍ୟାରିୟର ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି ପୃଥ୍ବୀ ସା । ଦଳୀୟ ସ୍କୋର ୮୦ ରନ୍‌ ହୋଇଥିବା ବେଳେ ପୃଥୀ ୫୪ ରନ କରି ଆଉଟ ହୋଇଥିଲେ । ପରେ ଅଧିନାୟକ ବିରାଟ କୋହଲି ୩ରନ୍ ଓ ଆଜିଙ୍କ ରାହାଣେ ୭ରନ୍‌ କରି ପାଭିଲିୟନ୍ ଫେରିଯାଇଥିଲେ ।

{"id":230685,"sizeSlug":"large"}

ତେବେ ଭାରତ ପକ୍ଷରୁ ୨ୟ ଟେଷ୍ଟର ପ୍ରଥମ ଇନିଂସ ରେ ୩ଜଣ ଖେଳାଳି ଅର୍ଦ୍ଧଶତକ ହାସଲ କରିଛନ୍ତି । ଯୁବ ବ୍ୟାଟସମ୍ୟାନ୍‌ ପୃଥୀ ୫୪ ରନ୍‌, ଚେତେଶ୍ବର ପୂଜାରା ୫୪ ଓ ହନୁମା ବିହାରୀ ୫୫ରନ୍‌ କରିଥିଲେ । ତେବେ ଏହି ୩ଜଣ ବ୍ୟାଟସମ୍ୟାନ୍‌ଙ୍କୁ ଛାଡି ଅନ୍ୟ କୌଣସି ବ୍ୟାଟସମ୍ୟାନ୍‌ ନ୍ୟୁଜିଲାଣ୍ଡର ବୋଲିଂ ଆଟାକ୍‌କୁ ସାମ୍ନା କରିପାରିନଥିଲେ । ଦଳର ୫ଜଣ ବ୍ୟାଟସମ୍ୟାନ୍‌ ଦୁଇ ଅଙ୍କ ଛୁଇଁ ପାରିନଥିଲେ ।  ସେପଟେ ନ୍ୟୁଜିଲାଣ୍ଡ ପକ୍ଷରୁ ଜାମିସନ ସର୍ବାଧିକ ୫ଟି ଓ୍ବିକେଟ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ ଓ ସାଉଦୀ ୨-୨ଲେଖାଏଁ ଓ୍ବିକେଟ୍‌ ନେଇଛନ୍ତି । ଏବଂ ଓ୍ବାଗନେର ଗୋଟିଏ ଓ୍ବିକେଟ୍‌ ନେଇଛନ୍ତି ।

{"id":230686,"sizeSlug":"large"}

ଭାରତ ପକ୍ଷରୁ ଦିଆଯାଇଥିବା ୨୪୨ରନ୍‌ର ପିଛା କରିବାକୁ ଯାଇ ପଡିଆକୁ ଓହ୍ଲାଇଥିଲା କିଓ୍ବି ଟିମ୍‌ । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୨୩ଓଭର ଖେଳି ବିନା କୌଣସି ଓ୍ବିକେଟ୍‌ ହରାଇ ୬୩ ରନ ସଂଗ୍ରହ କରିଛି । ନ୍ୟୁଜିଲାଣ୍ଡ ଏବେବି ଭାରତର ଠାରୁ ୧୭୯ରନ୍‌ ପଛରେ ରହିଛି । ଭାରତ ପକ୍ଷରୁ ୪ଜଣ ବୋଲର ବୋଲିଂ କରିଥିଲେ ମଧ୍ୟ କାହାରିକୁ କୌଣସି ଓ୍ବିକେଟ୍‌ର ସଫଳତା ମିଳିନାହିଁ ।

{"id":230687,"sizeSlug":"large"}


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.