ନୂଆଦିଲ୍ଲୀ ୦୨/୦୩: ପରଲୋକରେ ଶତାୟୁ ଷ୍ଟାଇଲିଷ୍ଟ ଫ୍ୟାସନ ଆଇକନ୍ ଆଇରିସ୍ ଆଫେଲ୍ । ୧୦୨ ବର୍ଷରେ ଦୁନିଆକୁ କହିଛନ୍ତି ଅଲବିଦା । ତାଙ୍କ ଇନଷ୍ଟା ଆକାଉଣ୍ଟରେ ଏନେଇ ସୂଚନା ଦିଆଯାଇଛି । ନ୍ୟୁୟର୍କ କ୍ୱିନ୍ ନଗରର ଶତାୟୁ ଫ୍ୟାସନ ଡିଜାଇନର ତାଙ୍କ ଅନୋଖା ଅନ୍ଦାଜ ସବୁଠି ଲୋକପ୍ରିୟ୍ । ଖାସ୍ କରି ସେ ପିନ୍ଧୁଥିବା ବଡ ବଡ ଚଷମା ପାଇଁ ସେ ବେଶ ପପୁଲାର୍ ।
wp:html/wp:html
କାରଣ ଚଷମାର ଲୁକ୍ ପୁରା W ଭଳି ଦେଖିବାକୁ । ହେଲେ ଏବେ ତାଙ୍କର ହୋଇଛି ପରଲୋକ । ନିଜ ବର୍ଣ୍ଣିତ "ଜେରାଟ୍ରିକ୍ ଷ୍ଟାରଲେଟ୍" । ଯାହାକି ଗୋଟିଏ ପୋଷାକ ଡିଜାଇନର୍ ଏବଂ ଫ୍ୟାଶନ୍ ଆଇକନ୍ ଭାବରେ ଜଣାଶୁଣା । ୮୦ ଓ ୯୦ ଦଶକରେ ସେ ପ୍ରସିଦ୍ଧି ନଥିଲେ ସେ ଏବେ ଥିଲେ ବେଶ୍ ଫେମସ । ଜଣେ ଚମତ୍କାରୀ ଇଣ୍ଟେରିୟର ଡିଜାଇନର୍, ସେ ଅର୍ଦ୍ଧ ଶତାବ୍ଦୀରୁ ଅଧିକ ସମୟ ଧରି ପ୍ୟାରିସ୍ ଫ୍ୟାଶନ୍ ଶୋ’ର ଆଗ ଧାଡିରେ ଡିଜାଇନର ଥିଲେ ।
ଆମେରିକୀରେ ଜନ୍ମିତ ଆଇରିସ୍ ଫ୍ୟାଶନ୍, ପୋଷାକ ଏବଂ ଭିତର ଡିଜାଇନ୍ ଦୁନିଆର ଅନ୍ୟତମ ବ୍ୟକ୍ତିତ୍ୱ । ବିଗତ ୪୦ ବର୍ଷ ମଧ୍ୟରେ, ଆଇରିସ୍ ନିଜ ପାଇଁ ଏକ ଭିନ୍ନ ଦୁନିଆ ସୃଷ୍ଟି କରିଛନ୍ତି । ଆଇରିସ୍ ଆରମ୍ଭରୁ ଫ୍ୟାଶନ୍ ରେ କ୍ୟାରିୟର କରିଆସୁଛନ୍ତି । ମୃତ୍ୟୁ ପର୍ଯ୍ୟନ୍ତ ସେ ଏହି ପ୍ରଫେସନ ସହ ଜଡିତ ଥିଲେ ।
ବେଶ୍ ଚିତାକର୍ଷକ ଆଇରିସ୍ଙ୍କ ଜୀବନ କାହାଣୀ । ୧୯୫୦ ମସିହାରେ ତାଙ୍କ ସ୍ୱାମୀ କାର୍ଲ ଆଫେଲଙ୍କୁ ସହ ଏହି ବ୍ୟବସାୟକୁ ଆସିଥିଲେ । ପୂର୍ବରୁ ସେ ଏକ ଟେକ୍ସଟାଇଲ୍ ଫାର୍ମର ମାଲିକ ଥିଲେ । ୧୯୯୨ରେ ଅବସର ନେବା ପର୍ଯ୍ୟନ୍ତ ଏହାକୁ ପରିଚାଳନା କରିଥିଲେ । ୬୭ ବର୍ଷ ପୂର୍ବେ ବିବାହ କରିଥିଲେ ଆଇରିସ୍ । ତେବେ ୨୦୧୫ର ତାଙ୍କ ସ୍ୱାମୀଙ୍କର ହୋଇଥିଲା ଦେହାନ୍ତ ।
you can also read...
wp:embed {"url":"https://www.prameyanews7.com/america-kolkata-dancer-amarnath-ghosh-shot-dead/","type":"wp-embed","providerNameSlug":"prameya-news-7"}