AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଗୁଲମର୍ଗ ସ୍କିଂ ରିସର୍ଟରେ ହିମସ୍ଖଳନ, ଫସିଲେ ଅନେକ ବିଦେଶୀ ଟୁରିଷ୍ଟ
  • ||
  • ନବ ଦାସ ହତ୍ୟା ମାମଲା, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଜେ.ପି ଦାସ କରିବେ ତଦନ୍ତର ତଦାରଖ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଟ୍ୱିନସିଟିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ବଜେଟ୍: ସୁନା-ରୁପା, ସିଗାରେଟ୍ ମହଙ୍ଗା, ଶସ୍ତା ହେଲା ଟିଭି ଉପକରଣ ଓ ସାଇକେଲ୍, ଖେଳନା
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ଢେଙ୍କାନାଳ: ରାସ୍ତାରେ ଓଲଟିପଡ଼ିଲା ଯାତ୍ରୀବାହୀ ଅଟୋ, ୯ ଆହତ
  • ||

ଏହି ଦେଶରେ ମିଳିଲା ପୋଲିଓର ନୂଆ ଭାଇରାସ, ଏମରର୍ଜେନ୍ସି ଘୋଷଣା କଲେ ସରକାର

12/09/2022 at 6:23 PM

ନୂଆଦିଲ୍ଲୀ: ସାରା ଦୁନିଆ କରୋନା ମହାମାରୀ କବଳରୁ ଏବେ ସୁଦ୍ଧା ସମ୍ପୂର୍ଣ୍ଣ ମୁକୁଳି ପାରି ନାହିଁ । ଚୀନରେ ଏବେ ମଧ୍ୟ କରୋନା ପ୍ରକୋପ ଦେଖିବାକୁ ମିଳୁଛି।  ଏହାରି ଭିତରେ ଆମେରିକାର ନ୍ୟୁୟର୍କରୁ ଚିନ୍ତିତ କଲା ଭଳି ମାମଲା ସାମନାକୁ ଆସିଛି। ଏଠାରେ ପୋଲିଓର ନୂଆ ଭାଇରସ ଚିହ୍ନଟ ହେବା ପରେ ଆତଙ୍କ ଖେଳି ଯାଇଛି । ତଦନ୍ତ ପରେ ନ୍ୟୁୟର୍କରେ ଏମରର୍ଜେନ୍ସି ଘୋଷଣା କରାଯାଇଛି।

ଆମେରିକାର ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ, ନ୍ୟୁୟର୍କର ଦୂଷିତ ପାଣିରେ ପୋଲିଓ ଭାଇରସ ଚିହ୍ନଟ ହେବା ପରେ ଷ୍ଟେଟ୍ ଏମରଜେନ୍ସି ଘୋଷଣା କରାଯାଇଛି । ଟିକାକରଣକୁ ବ୍ୟାପକ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । ରାଜ୍ୟର କିଛି ଅଂଶରେ ପୋଲିଓ ଟିକାକରଣ ହାର ବହୁତ କମ ରହିଛି । ଏହାସହ ପୋଲିଓ ଭାଇରସର ନମୂନା ଏବଂ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ବୁଷ୍ଟର ଡୋଜ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।  

ରିପୋର୍ଟ ଅନୁସାରେ ଏହି ପୋଲିଓ ଭାଇରାସ ନ୍ୟୁୟର୍କର ନସାଓ କାଉଣ୍ଟୀର ଏକ ନାଳର ପାଣିରେ ଏହି ଭାଇରସ ଚିହ୍ନଟ ହୋଇଛି । ତେବେ ଏହି କୌଣସି ସଂକ୍ରମିତ ବ୍ୟକ୍ତଙ୍କ ଠାରୁ ଆସିଛି କି ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ । ଉଲ୍ଲେଖଯୋଗ୍ୟ ଯେ, ପୋଲିଓ ଭାଇରାସରେ ସବୁଠୁ ଅଧିକ ଶିଶୁ ପ୍ରଭାବିତ ହେଉଛନ୍ତି । ଭ୍ୟାକ୍ସିନ ସାହାଯ୍ୟରେ ଏହାକୁ ନିୟନ୍ତ୍ରଣ କରାଯାଇ ପାରିବ ।

   Related Posts