ଭୋପାଲ ୩୧।୧୨: ହାଇବ୍ରିଡ ଭେରାଇଟି ଫସଲର ଚର୍ଚ୍ଚା ପ୍ରାୟ ହେଉଛି। ହେଲେ ଅନ୍ତରୀକ୍ଷରେ ସଂଘଟିତ ହେଉଥିବା ପରାଗ ଓ ଗ୍ରହଣ ବି ହାଇବ୍ରିଡ ହୋଇପାରେ ତାହା କ୍ୱଚିତ୍ ଜାଣନ୍ତି। ସ୍କୁଲରେ ମଧ୍ୟ ସୂର୍ଯ୍ୟପରାଗକୁ ସମ୍ପୂର୍ଣ୍ଣ, ଆଂଶିକ ଓ ଆନ୍ୟୁଲର ରୂପେ ପଢାଯାଇଥାଏ। ତେବେ ନୂଆ ବର୍ଷ ୨୦୨୩ ପୃଥିବୀର ଦକ୍ଷିଣ ଗୋଲାର୍ଦ୍ଧ ଲାଗି ନେଇ ଆସୁଛି ହାଇବ୍ରିଡ ସୋଲାର ଇକ୍ଲିପସ୍ ବା ସୂର୍ଯ୍ୟ ପରାଗ ଜାଣିଲେ ଯେ କେହିବି ଆଚମ୍ଭିତ ହେବ।
ଜାତୀୟ ସମ୍ମାନ ପ୍ରାପ୍ତ ବିଜ୍ଞାନ ପ୍ରସାରକ ସାରିକା ଘାରୁ ଶନିବାର ଏପରି ସୂର୍ଯ୍ୟ ପରାଗ ନେଇ ପ୍ରଥମ ଥର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସୂର୍ଯ୍ୟ ଓ ପୃଥିବୀ ମଝିକୁ ଆସି ଚନ୍ଦ୍ର ପୃଥିବୀର ନିକଟତର ହେଲେ ସୂର୍ଯ୍ୟଙ୍କୁ ସମ୍ପୂର୍ଣ୍ଣ ଘୋଡାଇ ଦେଇଥାଏ। ଏଣୁ ପୃଥିବୀରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ ହୋଇଥାଏ। ସେହିପରି ଯଦି ପରିକ୍ରମା କାଳରେ ଚନ୍ଦ୍ର ପୃଥିବୀଠାରୁ ଦୂରରେ ଥାନ୍ତି ଓ ସୂର୍ଯ୍ୟଙ୍କ ଡିସ୍କକୁ ସମ୍ପୂର୍ଣ୍ଣ ଢାଙ୍କି ନ ପାରିଲେ ସୂର୍ଯ୍ୟ ଏକ ଚୁଡ଼ି ଭଳି ଚମକିଥାନ୍ତି। ଏହାକୁ ବଳୟାକୃତି ସୂର୍ଯ୍ୟପରାଗ କୁହାଯାଏ।
{"id":727610,"width":838,"height":471,"sizeSlug":"full","linkDestination":"none"}ଯଦି ଚନ୍ଦ୍ର ପୃଥିବୀ ଠାରୁ ନା ଅଧିକ ଦୂରରେ ରହନ୍ତି ନା ପାଖରେ ରହନ୍ତି ତେବେ ହାଇବ୍ରିଡ୍ ସୂର୍ଯ୍ୟ ପରାଗର ସ୍ଥିତି ସୃଷ୍ଚି ହୋଇଥାଏ। ଏଥିରେ ଛାୟାର କେନ୍ଦ୍ର ଭାଗରେ ଥିବା ଅଞ୍ଚଳର ଲୋକେ ସମ୍ପୂର୍ଣ୍ଣ ସୂର୍ଯ୍ୟ ପରାଗ ଦେଖି ପାରୁଥିବା ବେଳେ ସେତେବେଳେ ଆଖପାଖରେ ଥିବା ଅଞ୍ଚଳର ଲୋକେ ଆନ୍ୟୁଲର ସୂର୍ଯ୍ୟପରାଗ ଦେଖିଥାନ୍ତି। ଏଥିରେ ଉପଛାୟା ଅଞ୍ଚଳରେ ଲୋକେ ଆଂଶିକ ସୂର୍ଯ୍ୟପରାଗ ଦେଖନ୍ତି। ଏକ ସଙ୍ଗରେ ତିନି ପ୍ରକାରର ପରାଗ ଦେଖାଯାଉଥିବାରୁ ଏହାକୁ ହାଇବ୍ରିଡ ସୋଲାର ଇକ୍ଲିପସ୍ ବୋଲି କୁହାଯାଉଛି।
ଏହାକୁ ଆନ୍ୟୁଲର ଟୋଟାଲ ଇକ୍ଲିପସ୍ ମଧ୍ୟ କୁହାଯାଏ। ନୂଆବର୍ଷରେ ଏପ୍ରିଲ ୨୦ ତାରିଖରେ ହେବାକୁ ଯାଉଥିବା ଏହି ପରାଗ ଭାରତରେ ଦେଖାଯିବନି। ଏହା ପୃଥିବୀର ଦକ୍ଷିଣ ଗୋଲାର୍ଦ୍ଧରେ ଭାରତୀୟ ସମୟାନୁସାରେ ପାଖାପାଖି ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ଦେଖାଯିବ। ତେବେ ସବୁଠୁ ଯାହା ଗୁରୁତ୍ୱପୂର୍ଣ୍ଣ ତାହା ହେଉଛି ଚତୁର୍ଥ ପ୍ରକାରର ପରାଗ ଦେଖିବା ଲାଗି ଏହା ଏକ ଭଲ ଅବସର ହେବ।
{"id":727611,"sizeSlug":"full","linkDestination":"none"}ବର୍ଷକରେ ୨ଟିରୁ ୫ଟି ସୂର୍ଯ୍ୟପରାଗ ହୋଇଥାଏ। ସାରିକା କହିଛନ୍ତି ଯେ ୨୧ ବିଂଶ ଶତାବ୍ଦୀ ଲାଗି ୨୨୪ଟି ସୂର୍ଯ୍ୟ ପରାଗର ଗଣନା କରାଯାଇଛି। ଏଥିରୁ ମାତ୍ର ୭ଟି ହାଇବ୍ରିଡ ସୂର୍ଯ୍ୟପରାଗ ହେବ। ଗତ ହାଇବ୍ରିଡ ସୋଲାର ଇକ୍ଲିପସ୍ ୩ ନଭେମ୍ବର ୨୦୧୩ରେ ହୋଇଥିଲା। ଚଳିତବର୍ଷ ପରେ ହେବାକୁ ଥିବା ହାଇବ୍ରିଡ ସୂର୍ଯ୍ୟ ପରାଗଟି ୧୪ ନଭେମ୍ବର ୨୦୩୧ରେ ହେବ।