ଯୁବତୀଙ୍କ ସହ ଦୁଷ୍କର୍ମକରି ଯୁବକ ପାଳିଲେ ନୂଆବର୍ଷ, ପୁର୍ବରୁ ଏହାଥିଲା ତାଙ୍କର ଅଭିଳାଷ

Published By : Prameya-News7 Bureau | January 02, 2019 IST

ଭୋଜପୁର ୨/୧- ନୂଆବର୍ଷକୁ ଯିଏ ଯେମିତି ଚାହିଁଲା, ସେମିତି ଉପଭୋଗ କଲା । ଆଜି ଜାଣିବା ଆସନ୍ତୁ ଦୁଇଜଣ ଉଦଭ୍ରାନ୍ତ ଯୁବକ କିଭଳି ପାଳିଲେ ନୂଆବର୍ଷ ।

ଭୋଜପୁରଥାନା ଅଂଚଳରେ ଶୀଲା ନାମକ ଜଣେ ଯୁବତୀ ଆଣିଛନ୍ତି ଏହି ଦୁଷ୍କର୍ମ ଅଭିଯୋଗ । ନୂଆବର୍ଷରେ ତାଙ୍କ ସହ ଦୁଇଜଣ ଯୁବକ ମଦପିଇ ଏଭଳି କରିଥିବାର  ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁକରି  ଅଭିଯୁକ୍ତଙ୍କୁ ଖୋଜୁଛି ।

ଶୀଲା ଇଣ୍ଟରକଲେଜ ଛାତ୍ରୀଥିଲେ ।  ଅଭିଯୁକ୍ତ ଯୁବକମାନଙ୍କୁ ଶୀଲା ଆଗରୁ ଜାଣିଥିଲେ । ସେମାନେ ନୂଆବର୍ଷ ପାର୍ଟି କରିବାକୁ ଶୀଲାଂକୁ ଡ଼ାକିଥିଲେ । ଶୀଲା ମଧ୍ୟ ସେହି ନୂଆବର୍ଷ ଭୋଜିକୁ ଯାଇଥିଲେ । ହେଲେ ତାକୁ ଦୁଷ୍କର୍ମ କରି ନୂଆବର୍ଷ ପାଳନକରିବେ ସେ କେବେ ଜାଣି ନଥିଲେ ।

ମଦ ପିଇବା ସହ ଯୁବକମାନେ ଶୀଲାକୁ ଦିନସାରା ଦୁଷ୍କର୍ମ କରିଥିଲେ । ନୂଆବର୍ଷ ପାଳନକୁ ଅଧିକ ରଂଗୀନ କରିବାକୁ ଯୁବକମାନେ ଏଭଳି ଅମାନୁଷିକ ଦୁଷ୍କର୍ମ କରିଥିବା କଥା ଶୀଲା  ପୋଲିସ ଆଗରେ ପ୍ରକଶ କରିଛନ୍ତି ।

ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାକୁ ତନାଘନା ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.