scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବଜାରକୁ ଆସିଲା ୟାମାହାର ନୂଆ FZS FI, ଦମଦାର୍ ଲୁକ୍ ସହ ବ୍ଲୁ-ଟୁଥ୍ କନେକ୍ଟିଭିଟି ଫିଚର୍, ଦାମ୍ ମାତ୍ର ଏତିକି

3/12/2020 at 12:06 PM

ନୂଆଦିଲ୍ଲୀ,୦୩/୧୨:  ୟାମାହା ମୋଟର ଭାରତରେ ନିଜର ଲୋକପ୍ରିୟ ବାଇକ ଏଫ-ଜେଡ୍ଏସ ଏଫଆଇର ଭିଣ୍ଟେଜ୍ ଭର୍ସନକୁ ଲଞ୍ଚ୍ କରିଛି । ଏହି ନୂଆ ମଡେଲରେ ଦମଦାର ଷ୍ଟାଇଲ୍ ସହ ରହିଛି ଆକର୍ଷଣୀୟ ଫିଚର୍ । ସବୁଠାରୁ ଖାସ୍ କଥା ଏଥିରେ ବ୍ଲୁଟୁଥ୍ କଲେକ୍ଟିଭିଟି ରହିଛି । ଏହାକୁ ୟାମାହା ମୋଟର ସାଇକେଲ୍ କନେକ୍ଟ ଏକ୍ସ ଆପ୍ ଜରିଆରେ କନେକ୍ସ କରିହେବ । ଫୋନରେ ମଧ୍ୟ ବାଇକକୁ ଇ-ଲକ୍ କରିହେବ । କମ୍ପାନୀ ୟାମାହା ଏଫଜେଡ୍ଏସ-ଏଫଆଇ ଭିଣ୍ଟେଜ୍ ଏଡିସନର ଦାମ୍ ୧.୦୯ ଲକ୍ଷ ରଖିଛି ।

ଏହି ଦମଦାର ବାଇକରେ ୧୪୯ ସିସିର ଇଞ୍ଜିନ୍ ଦିଆଯାଇଛି । ଏଫଜେଡ୍ ହେଉଛି ୟାମାହାର ଏକ ଲୋକପ୍ରିୟ ବାଇକ୍ । ଏହାକୁ ୧୦ ବର୍ଷ ତଳେ ଭାରତୀୟ ବଜାରରେ ଲଞ୍ଚ୍ କରାଯାଇଥିଲା । ଲାଟେଷ୍ଟ୍ ମଡେଲରେ କମ୍ପାନୀ ଏହାର ଷ୍ଟାଇଲରେ କିଛିଟା ପରିବର୍ତ୍ତନ କରିଛି । ଏଥିରେ ଲେଦର୍ ଫିନିସିଂ ସିଟ୍ ଦିଆଯାଇଛି ଓ ବଡିରେ ଭିଣ୍ଟେଜ୍ ଗ୍ରାଫିକ୍ସ ମଧ୍ୟ ରହିଛି । ଏହା ଡିସେମ୍ବର ଆରମ୍ଭରେ ବିଭିନ୍ନ ସୋରୁମରେ ମିଳିବ ।

ବାଇକର ନୂଆ ଭିଣ୍ଟେଜ ମଡେଲରେ ଆପଣ ଫୋନରେ ୟାମାହା ମୋଟରସାଇକେଲ୍ କନେକ୍ସ ଆପ୍ ଡାଉନଲୋଡ୍ କରି ଆକାଉଣ୍ଟ ଖୋଲିବେ । ଏଥିରେ ଲଗଇନ୍ କରି ବାଇକ୍ ସହ ଯୋଡିପାରିବେ । ଏଥିରେ ଆନସର୍ ବ୍ୟାକ୍, ରାଇଡିଂ ହିଷ୍ଟ୍ରୀ, ଲୋକେଟ୍ ମାଇ ବାଇକ୍, ଇ-ଲକ୍, ପାର୍କିଂ ରେକର୍ଡ ଓ ହାଜାର୍ଡ ଫିଚର୍ସ ପ୍ରଦାନ କରାଯାଇଛି । ବାଇକରେ ଆହୁରି ମଧ୍ୟ ଏୟାର କୁଲଡ୍ ଇଞ୍ଜିନ, ସିଙ୍ଗିଲ୍ ସିଲିଣ୍ଡର ଫୁଏଲ ଇଞ୍ଜେକ୍ଟେଡ୍ ସିଷ୍ଟମ, ଏଲଇଡି ହେଡଲାଇଟ୍, ଏବିଏସ ରହିଛି । ଏହା ୧୨.୪ ପିଏସରେ ୧୩.୬ ଏନଏମ ଟର୍କ ଜେନେରେଟ୍ କରିଥାଏ ।

   Related Posts