କରୋନାକୁ ଦିନେ ନା ଦିନେ ଟାଳିବୁ: ହୃଦୟ ଜିତିଲା ସୋଆ ୟୁନିଭର୍ସିଟିର ଭିଡିଓ ‘ଓ୍ୱିଇ ସାଲ୍ ଓଭରକମ୍ ସମଡେ’

Published By : Prameya-News7 Bureau | May 02, 2020 IST

ଭୁବନେଶ୍ୱର, ୦୧।୦୫: କରୋନା ବିପତ୍ତିକୁ ଦିନେ ନା ଦିନେ ଟାଳିବୁ, କରୋନା ବିରୋଧରେ ଯୁଦ୍ଧ ଜିତିବୁ । ଏପରି ମେସେଜ ଦିଏ ସୋଆ ୟୁନିଭର୍ସିଟିର ପ୍ରେରଣାଦାୟୀ ଭିଡିଓ ‘ଓ୍ୱି ସାଲ୍ ଓଭରକମ୍ ସମ ଡେ’ । ଆଉ ସେହି ଭିଡିଓ ଜିଣିଛି ସବୁରି ହୃଦୟ ।

ଡାକ୍ତର ଓ ମେଡିକାଲ କର୍ମଚାରୀମାନେ ସୋଆ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲରେ କରୋନା ମୁକାବିଲା ପାଇଁ ଦିନରାତି ପରିଶ୍ରମ କରୁଛନ୍ତି । ସେମାନେ ମାରାତ୍ମକ କରୋନା ଭାଇରସର ମୁକାବିଲା କରୁଛନ୍ତି । ସେମାନେ ଲୋକଙ୍କୁ କୋଭିଡ୍‌-୧୯ ସଂକ୍ରମଣରୁ ରକ୍ଷା କରିବା ପାଇଁ ଏହି ସଚେତନତା ଧର୍ମୀ ଭିଡିଓ ବାର୍ତ୍ତାରେ କହିଛନ୍ତି । ଏହା ମାଧ୍ୟମରେ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ, ହାତକୁ ବାରମ୍ବାର ସାବୁନ୍‌ରେ ଧୋଇବା ସହ ସାନିଟାଇଜର୍ ବ୍ୟବହାର କରନ୍ତୁ ଓ ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ ବୋଲି ଲୋକଙ୍କୁ ସଚେତନ କରାଯାଇଛି ।

wp:core-embed/youtube {"url":"https://youtu.be/QBz72jsX6I8","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://youtu.be/QBz72jsX6I8
/wp:core-embed/youtube

ଭିଡିଓ ଶେଷରେ ଏକ ସୁନ୍ଦର ବାର୍ତ୍ତା ଦିଆଯାଇଛି । ‘ଓ୍ୱିଇ ସାଲ୍ ଓଭରକମ୍ ସମଡେ’ ବୋଲି ଭିଡିଓ ଶେଷରେ ମେସେଜ ଦିଆଯାଇଛି । ଏହି ଭିଡିଓରେ ଆଇଏମଏସ ଓ ସମ୍ ହସ୍ପିଟାଲର ଭେଷଜ ଚିକିତ୍ସା ବିଭାଗର ଯୁବ ଡାକ୍ତର ସୋହମ ଘୋଷ କଣ୍ଠରେ ଏହି ଭିଡିଓଟି ବେସ ଶ୍ରୁତିମଧୂର ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.