ହାତ କାଢିଲା, ବନ୍ଧୁକ ଧରିଲା, ଆଉ ଗୁଳି ମାରିଲା: ସାମ୍ନାକୁ ଆସିଲା ନବ ଦାସ ହତ୍ୟା ଘଟଣାର ନୂଆ ଭିଡିଓ
21/02/2023 at 5:04 PM

ଝାରସୁଗୁଡା ୨୧/୦୨: ନବଦାସ ହତ୍ୟା ଘଟଣାକୁ ନେଇ ରାଜନୀତି ସରଗରମ ହୋଇଉଠିଥିବା ବେଳେ ଏକ ଫଟୋ ଓ ଭିଡିଓ ଏବେ ସାମ୍ନାକୁ ଆସିଛି । ହତ୍ୟା ଘଟଣାର ୨୪ ଦିନ ପରେ ମଧ୍ୟ ଦୈନିକ କିଛି ନୂଆ ତଥ୍ୟ ପଦାକୁ ଆସୁଛି ।
ଗତ ରାତିରେ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ନିଜ ହାତରେ ଗୁଳି ମାରୁଥିବା ପ୍ରାମାଣିକ ଫଟୋ ହସ୍ତଗତ ହୋଇଥିଲା ବେଳେ ଆଜି ସାମ୍ନାକୁ ଆସିଛି ଆଉ ଏକ ଭିଡ଼ିଓ। ଯେଉଁ ଥିରେ ଗୋପାଳ ଦାସ ନବଦାସଙ୍କ ନିକଟତର ହେବାକୁ ପ୍ରୟାସ କରୁଛି । ଏଥିସହ ନିଜ ଅଣ୍ଟାରେ ଥିବା ସର୍ଭିସ ରିଭଲଭର ବାହାର କରିବାକୁ ଉଦ୍ୟମ କରୁଛି । ଏହି ଭିଡ଼ିଓ ରେ ସ୍ପଷ୍ଟ ହୋଇଛି ଗୋପାଳ ଦାସ ଉପସ୍ଥିତ ଜନତାଙ୍କୁ ଭେଦ କରି ନବଦାସଙ୍କୁ ଟାର୍ଗେଟ କରିଥିଲେ ।
ଗତ ୨୯ ତାରିଖରେ ବ୍ରଜରାଜନଗରରେ ନଗରପାଳ ଓ ଉପନଗରପାଳଙ୍କ ପାଇଁ ଏକ ଦଳୀୟ କାର୍ଯ୍ୟାଳୟ ଉଦଘାଟନ ପାଇଁ ନବଦାସ ଯାଇଥିଲେ। ନବଦାସ ସଭାସ୍ଥଳକୁ ପହଁଚିବା ପୁର୍ବରୁ ଲୋକେ ତାଙ୍କୁ ପାଛୋଟି ନେବାକୁ ଆଗେଇ ଆସିବାରୁ ଗୋପାଳ ଦାସ ଲୋକଙ୍କ ଭିଡ଼ ଭିତରୁ ଲୋକଙ୍କୁ ଠେଲି ଆଗକୁ ଆସିଥିବା ଭିଡିଓରେ ସ୍ପଷ୍ଟ ହୋଇଛି।