Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଡରାଇଲା ଅଦୃଶ୍ୟ ଭୂତାଣୁ: ଆମେରିକାରେ ନୂଆ ଭାରିଆଣ୍ଟ, ଇସ୍ରାଏଲ ଓ ଜେନମାର୍କରେ ବ୍ୟାପିଲା

19/08/2023 at 8:55 AM

ୱାଶିଂଟନ ୧୯/୦୮: ଆମେରିକାରେ ଦ୍ରୁତଗତିରେ ସଂକ୍ରମଣ ବଢ଼ାଉଥିବା କରୋନାର ଏକ ନୂଆ ଭାରିଆଣ୍ଟ ଚିହ୍ନଟ କରାଯାଇଛି । ଯାହାର ନାମ ବିଏ.୨.୮୬ ରଖାଯାଇଛି । ଆମେରିକା ବ୍ୟତୀତ ଇସ୍ରାଏଲ ଓ ଡେନମାର୍କରେ ଏହି ଭାରିଆଣ୍ଟକୁ ଠାବ କରାଯାଇଛି । ତେବେ ଆମେରିକାର ପ୍ରମୁଖ ଡିଜିଜ କଣ୍ଟ୍ରୋଲ ଏଜେନ୍ସି ସିଡିସି ଏହି ଭାରିଆଣ୍ଟ ଉପରେ ଅଧିକ ତଥ୍ୟ ସଂଗ୍ରହ କରୁଛି ।

ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଏହି ନୂଆ ଭାରିଆଣ୍ଟ ସମ୍ପର୍କରେ ସୂଚନା ଦେଇଛି । କହିଛି କି ଏହା ଦ୍ରୁତ ସଂକ୍ରମଣ କରୁଥିବାରୁ ତା ଉପରେ ନଜର ରଖାଯାଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଏସ୍‌. ବୈସିଲ ଲୋଙ୍ଗ୍‌ଙ୍କ ସୂଚନା ଅନୁସାରେ କରୋନା ଯୋଗୁ ଶରୀରରେ ସୃଷ୍ଟି ହୋଇଥିବା ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ଏହି ନୂଆ ଭାରିଆଣ୍ଟ ଚକମା ଦେବାରେ ସକ୍ଷମ । ସମଗ୍ର ବିଶ୍ୱରେ କରୋନାର ନୂଆ ମାମଲା ୮୦ ପ୍ରତିଶତ ବୃଦ୍ଧି ପାଇଛି ।

you can also read…

   Related Posts