ଭାରତରେ ନୂଆ ଭାରିଆଣ୍ଟ BF.7, ଭୂତାଣୁକୁ ମାତ୍ ଦେବାକୁ ଚତୁର୍ଥ ଡୋଜ୍ ମତ ରଖିଲେ ବିଶେଷଜ୍ଞ

Published By : Prameya-News7 Bureau | December 22, 2022 IST

ନୂଆଦିଲ୍ଲୀ: ଭାରତରେ କରୋନାର ନୂଆ ଭାରିଆଣ୍ଟ BF.7 ଚିହ୍ନଟ ପରେ ସରକାର ସତର୍କ ହୋଇଛନ୍ତି । ଚୀନରେ ଦ୍ରୁତ ସଂକ୍ରମଣକୁ ନେଇ ମାନସ ମନ୍ଥନ କରିଛନ୍ତି ଭାରତ ସରକାର । ସେପେଟ ନୂଆ ଭାରିଆଣ୍ଟକୁ ଚେକ୍ ଦେବାକୁ ଚତୁର୍ଥ ଡୋଜ୍ ଅଭିଯାନ ଆରମ୍ଭ କରିବାକୁ  କେନ୍ଦ୍ର ସରକାରଙ୍କୁ ମତ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ରିପୋର୍ଟ ଅନୁଯାୟୀ, ଚୀନରେ ଜିରୋ କୋଭିଡ୍ କଟକଣା ହଟିବା ପରେ କରୋନା ବିସ୍ଫୋରଣ ହୋଇଛି । BF.7 ଭାରିଆଣ୍ଟ ଦୁଇ ଗୁଣାରେ ହାରରେ ବଢିବାରେ ଲାଗିଛି । ଚୀନରେ ଚିହ୍ନଟ ହୋଇଥିଲା ନୂଆ ଭାରିଆଣ୍ଟରେ ଭାରତ ଚିହ୍ନଟ ହୋଇଛି । ଗୁଜରାଟରେ ୩ଟି ମାମଲା ସାମ୍ନାକୁ ଆସିଥିବା ବେଲେ ଓଡ଼ିଶାରୁ ୨ଟି କେସ୍ ଚିହ୍ନଟ କରାଯାଇଛି । ମୋଟ୍ ୫ଟି ମାମଲା ସାମ୍ନାକୁ ଆସିବା ପରେ ସତର୍କ ହୋଇଛନ୍ତି ସରକାର । ଏନେଇ କେନ୍ଦ୍ର ସରକାର ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକି ସମୀକ୍ଷା କରିଛନ୍ତି । ଅନ୍ୟପଟେ କରୋନାର ନୂଆ ଭାରିଆଣ୍ଟକୁ ମାତ୍ ଦେବା ପାଇଁ ଚତୁର୍ଥ ଡୋଜ୍ ଜରୁରୀ ବୋଲି କହିଛନ୍ତି ବିଶେଷଜ୍ଞ ।

ଏଯାଏଁ ଭାରତରେ ୨୭ ପ୍ରତିଶତ ଲୋକ ଭ୍ୟାକ୍ସିନ ପ୍ରିକସନ ଡୋଜ୍ ନେଇଛନ୍ତି । ତେଣୁ ନୂଆ ଭାରିଆଣ୍ଟକୁ ମାତ୍ ଦେବା ହେଲେ ଶୀଘ୍ର ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନୀତି ଆୟୋଗ ହେଲ୍‌ଥ କମିଟି ସଦସ୍ୟ ଡାକ୍ତର ବିକେ ପାଲ୍ କହିଛନ୍ତି । ଚତୁର୍ଥ ଡୋଜ୍କୁ ବରିଷ୍ଠ ନାଗରିକଙ୍କ ଠାରୁ ଆରମ୍ଭ କରିବାକୁ ଆପିଲ୍ କରିଛନ୍ତି ।

ବିଶେଷଜ୍ଞଙ୍କ ମତ ପରେ ଚତୁର୍ଥ ଡୋଜକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଦିଲ୍ଲୀ ଏମସର ପୂର୍ବତନ ମୁଖ୍ୟ ରଣଦୀପ୍ ଗୁଲେରିଆ କହିଛନ୍ତି, ଏଯାଏଁ ଚତୁର୍ଥ ଡୋଜର ଆବଶ୍ୟକତା ପଡ଼ିନାହିଁ ।  ଚତୁର୍ଥ ଡୋଜ୍ ନେବା ଜରୁରୀ ନୁହେଁ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.