Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଗଲେ ୨ ଯୁବକ, ଜଣେ ଉଦ୍ଧାର, ଅନ୍ୟଜଣେ ନିଖୋଜ
  • ||
  • ସ୍ୱାଧିନତା ଦିବସ ଉତ୍ସବରେ ସାମିଲ ହେଲା ଗୁଗଲ, ଡୁଡଲ ମାଧ୍ୟମରେ ଜଣାଇଲା ଶୁଭେଚ୍ଛା
  • ||
  • ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସ୍କେଲରେ ତୀବ୍ରତା ୨.୫
  • ||
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ରିଲାଏନ୍ସ ଜିଓ ୟୁଜର୍ସଙ୍କୁ ମିଳିଲା ନୂଆ ଅପଡେଟ୍: ବଜାରକୁ ଆସିଲା Jio Call App

18/11/2019 at 2:15 PM

ଭାରତର ପପୁଲାର ଟେଲିକମ୍‌ କମ୍ପାନୀ ମଧ୍ୟରୁ ଗୋଟେ ହେଉଛି ରିଲାଏନ୍ସ ଜିଓ।ଜିଓ ଲଗାତାର ଭାବେ ନିଜ ଗ୍ରାହକଙ୍କ ପାଇଁ ଫାଇଦା ହେଉଥିବା ସେବା ଲଂଚ କରେ।କେବଳ ସେତିକି ନୁହେଁ ଜିଓ ମାଧ୍ୟମରେ ଅନେକ ଲୋକ ଇଣ୍ଟରନେଟ୍‌ ବ୍ୟବହାର କରିବା ଆରମ୍ଭ କରିଥିଲେ।ଏବେ ଜିଓ ନିଜ ଲ୍ୟାଣ୍ଡଲାଇନ୍‌ ସେବା ଅପଡେଟ୍‌ କରିଛି। ଜିଓ ଲ୍ୟାଣ୍ଡଲାଇନ୍‌ ଫାଇବର ସହ ଲଂଚ ହୋଇଥିଲା।ଏହି ଅପଡେଟ ଦ୍ବାରା ଗ୍ରାହକ ଲ୍ୟାଣ୍ଡଲାଇନ କଲର ଉତ୍ତର ମୋବାଇଲ ଫୋନ୍‌ ମାଧ୍ୟମରେ ଦେଇପାରିବେ।

ରିଲାଏନ୍ସ ଜିଓ Jio Call App ବଜାରକୁ ଆଣିଛି। ଏହା ଦ୍ବାରା ଲ୍ୟାଣ୍ଡଲାଇନ କଲର ଉତ୍ତର ମୋବାଇଲ ଫୋନ୍‌ ମାଧ୍ୟମରେ ଦିଆଯାଇପାରିବ।ଏହା ସହ ଗ୍ରାହକଙ୍କୁ ଲ୍ୟାଣ୍ଡଲାଇନ ନମ୍ବରରୁ ଭିଡିଓ କଲ କରିବାର ସୁବିଧା ମଧ୍ୟ ମିଳିବ।ଜିଓର ଗ୍ରାହକ ଏବେ ଏହି ଆପ ଦ୍ବାରା ଲ୍ୟାଣ୍ଡଲାଇନ ନମ୍ବରରୁ ଅଡିଓ ଏବଂ ଭିଡିଓ କଲ କରିପାରିବେ।କଲ କରିବା ପାଇଁ ଗ୍ରାହକଙ୍କ ପାଖରେ ଜିଓ ସିମ୍‌ ଓ ଫାଇବର କନେକ୍ସନ ଥିବା ଆବଶ୍ୟକ। ଜିଓ କଲ ଆପ  ଗୁଗୁଲ ପ୍ଲେ ଷ୍ଟୋର ଓ ଆପ ଷ୍ଟୋରରେ ମଧ୍ୟ ଉପଲବ୍ଧ ରହିଛି।   

କଲ କରିବା ପାଇଁ ପ୍ରଥମେ ଜିଓ କଲ ଆପରେ ଯାଇ ଫିକ୍ସଡ୍‌ଲାଇନ ପ୍ରଫାଇଲ ଅପସନ୍‌ରେ କ୍ଲିକ୍‌ କରିବାକୁ ହେବ।ଏହା ପରେ ଏଥିରେ ଲ୍ୟାଣ୍ଡଲାଇନ ନମ୍ବର ଲିଙ୍କ କରିବାକୁ ହେବ। ଏହା ପରେ ଲ୍ୟାଣ୍ଡଲାଇନ ନମ୍ବରରୁ କଲ କଲେ ଫୋନରେ ରିସିଭ କରିହେବ। ଜିଓ ନିଜ ଗ୍ରାହକଙ୍କୁ ଏହି ଆପରେ ଆରସିଏସର ସେବା ଦେବ। ଏଥିରେ ଏସ୍‌ଏମ୍‌ଏସ, କଲ, ଗ୍ରୁପ ଚ୍ୟାଟ୍‌, ଫାଇଲ ସେୟାରିଂ ଓ ଷ୍ଟିକର୍ସ ବଳି ଫିଚର ସାମିଲ ରହିବ। ହେଲେ ଏହି ସେବା ବ୍ୟବହାର କରିବା ପାଇଁ ଅନ୍ୟ ଲୋକଙ୍କ ପାଖରେ ମଧ୍ୟ ଆରସିଏସ ସୁବିଧା ରହିବା ଜରୁରୀ।

   Related Posts