ଭାରତୀୟ ସ୍ଥଳ ସେନାର ନୂଆ ଯୁଦ୍ଧ ବର୍ଦ୍ଦି; ସାମ୍ନାକୁ ଆସିଲା ପ୍ରଥମ ଝଲକ

Published By : Prameya-News7 Bureau | January 15, 2022 IST

ନୂଆଦିଲ୍ଲୀ ୧୫/୦୧ : ନୂଆ ରୁପ, ନୂଆ ପୋଷାକ, ଆହୁରି ଯୋଶ୍ । ଭାରତୀୟ ସ୍ଥଳ ସେନାର ନୂଆ କମବାଟ ୟୁନିଫର୍ମ । 74 ତମ ପ୍ରତିଷ୍ଠା ଦିବସରେ ନିଜର ନୂଆ ଯୁଦ୍ଧ ବର୍ଦ୍ଦିର ଅନାବରଣ କରିଛି ଭାରତୀୟ ସ୍ଥଳ ସେନା । ପାରାଚୁଟ୍ ରେଜିମେଣ୍ଟର କମାଣ୍ଡୋ ଏହି ନୂଆ ୟୁନିଫର୍ମ ପିନ୍ଧି ଦିଲ୍ଲୀର କ୍ୟାଣ୍ଟ ପରେଡ ଗ୍ରାଉଣ୍ଡରେ କରିଛନ୍ତି ମାର୍ଚ୍ଚ ।

ଘୋଷଣା କରିଥିଲେ, ସାମ୍ନାକୁ ଆସିଲେ। ୨୦୨୨ ସେନା ଦିବସ ପରେଡରେ ନୂଆ ଯୁଦ୍ଧ ୟୁନିଫର୍ମ ପ୍ରଦର୍ଶନ କରିବାର ସୂଚନା ଦେଇଥିଲା ସେନା।  ଡିସେମ୍ୱରର ଘୋଷଣା ଜାନୁଆରୀରେ ଆରମ୍ଭର ସଂକେତ । ଦଶନ୍ଧି ଦଶନ୍ଧି ପୁରୁଣା ବର୍ଦ୍ଦିର ସ୍ଥାନ ନେବ ଏହି ନୂଆ ୟୁନିଫର୍ମ । 15ଟି ପ୍ୟାଟର୍ନ, ଆଠଟି ଡିଜାଇନ ଏବଂ ଚାରୋଟି ଫ୍ୟାବ୍ରିକ୍ ବିକଳ୍ପ ମାଧ୍ୟମରେ ଏହି ୟୁନିଫର୍ମ ରୁପ ନେଇଛି। ନ୍ୟାସନାଲ ଇଷ୍ଟିଚ୍ୟୁଟ୍ ଅଫ ଫ୍ୟାସନ ଟେକ୍ନୋଲଜିର ସହାୟତା ନେଇ ପ୍ରସ୍ତୁତ କରାଯାଇଛି । ଏହି ବର୍ଦ୍ଦି ପରିଚୟ ଦେବ, ସୁରକ୍ଷା ବି ଦେବ।  ଯୁଦ୍ଧ ସମୟରେ ସହଜରେ ନଜରରେ ଆସିବ ନାହିଁ । ଠଉରେଇ ପାରିବେନି ଶତ୍ରୁ ପକ୍ଷ ।

ନୂଆ ବର୍ଦ୍ଦି ସୈନିକଙ୍କ ପାଇଁ ଅଧିକ ଆରମଦାୟକ । ସେନା ପୋଷାକରେ ଆଣିବ ସମାନତା । ସେନାର କାର୍ଯ୍ୟ ଆବଶ୍ୟକତା ଏବଂ ସୈନିକଙ୍କ ପୋଷାକରେ ସମାନତାକୁ ନଜରରେ ରଖି ପ୍ରସ୍ତୁତ ହୋଇଛି ୟୁନିଫର୍ମ। ସୀମାରେ ମୁତୟନ ଯବାନ ଯୁଦ୍ଧ ୟୁନିଫର୍ମ ପିନ୍ଧିଥାନ୍ତି । ଦିଲ୍ଲୀ ସେନା ମୁଖ୍ୟାଳୟରେ ନିୟୋଜିକ ଅଧିକାରୀମାନେ ପ୍ରତି ଶୁକ୍ରବାର ସୀମାରେ ମୁତୟନ ଯବାନଙ୍କ ସହ ସମାନତା ଦର୍ଶାଇବା ପାଇଁ ଯୁଦ୍ଧ ବର୍ଦ୍ଦି ପିନ୍ଧିଥାନ୍ତି ।

ନୂଆ ବର୍ଦ୍ଦି ଆସନ୍ତା ଅଗଷ୍ଟ ମାସରେ ଭାରତୀୟ ସେନାକୁ ମିଳିପାରେ । ଆମେରିକା ସମେତ ବହୁ ଦେଶର ଆର୍ମି ଡିଜିଟାଲ ପ୍ୟାଟର୍ନର ବ୍ୟବହାର କରୁଛନ୍ତି । ଭାରତୀୟ ସେନାର ବର୍ତ୍ତମାନର ୟୁନିଫର୍ମରେ ସାର୍ଟକୁ ପ୍ୟାଣ୍ଟ ଭିତରେ ଇନ କରାଯାଏ । କିନ୍ତୁ ନୂଆ ୟୁନିଫର୍ମରେ ବେଲ୍ଟ ଭିତରେ ଏବଂ ସାର୍ଟ ବାହାରେ ରହିବ । ଯାହା ଯବାନମାନଙ୍କ ପାଇଁ ଅଧିକ ଆରାମ ଦାୟକ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.