ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ମାମଲାରେ ନୂତନ ଟ୍ଵିଷ୍ଟ: ସୁମିତ୍‌ଙ୍କ ଘର ଆଗରେ ପୁଣି ଧାରଣାରେ ବସିଲେ ତପସ୍ଵିନୀ

17/12/2021 at 10:26 PM

ବ୍ରହ୍ମପୁର ୧୭।୧୨: ଜଣେ ଜୀବନ ସାଥୀ କରିବାକୁ ଜିଦ୍ ଧରି ଆଇନଗତ ଲଢେଇ ଜାରି ରଖିଛି। ଆଉ ଜଣେ କହୁଛି ଆମ ଦୁହିଁ ମନ ଆଉ ମିଶିବନି। ସେ ମୋତେ ବରବାଦ କରିଚାଲିଛି। ମୋ ପରିବାରକୁ ରାଜରାସ୍ତାକୁ ଆଣି ପକାଇଛି। ଏ ହେଉଛି ବହୁ ଚର୍ଚ୍ଚିତ  ତପସ୍ଵିନୀ ଓ ଡାକ୍ତର ସୁମିତ୍ ପାରିବାରିକ ବିବାଦ ମାମଲା। ଏଥିରେ ଏବେ ଆସିଛି ନୂତନ ଟ୍ଵିଷ୍ଟ। ସ୍ଵାମୀ ସୁମିତ୍ କୋର୍ଟଙ୍କ ଆଦେଶର ଅବମାନନା କରିଥିବା ଅଭିଯୋଗ କରିବା ସହ ପୁଣି ବ୍ରହ୍ମାନଗର ସ୍ଥିତ ଶାଶୁଘର ଆଗରେ ଧାରଣାରେ ବସିଲେ ତପସ୍ଵିନୀ।

ସୁମିତ୍ ଏସଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ତପସ୍ଵିନୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଏସଡିଜେଏମଙ୍କ ରାୟ ବିରୋଧରେ ଜିଲ୍ଲା କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ସୁମିତ । ଏ ନେଇ କୋର୍ଟରେ ଅପିଲ କରିଛନ୍ତି ସୁମିତଙ୍କ ଓକିଲ ଦେବସ୍ନାନ ଦାଶ ।

ଗତ ଡିସେମ୍ବର ୨ ଏବଂ ୯ ତାରିଖରେ ଏହି ଦୁଇ ଜଣ ମିଶିକି ରହିବାକୁ ନିର୍ଦ୍ଦେଶ ଦେଇଥିଲେ ଏସଡିଜେଏମ । ତେବେ ସୁମିତ ଛାଡପତ୍ର ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ତପସ୍ବିନୀ ଯୌତୁକ ନିର୍ଯାତନା କେସ୍ କରିଛନ୍ତି । ଏହା ଭିତରେ ଦୁଇ ଜଣ ମିଶିକି ରହିବା ଉଚିତ ନୁହେଁ ବୋଲି ସୁମିତ ଦର୍ଶାଇଛନ୍ତି। ତେବେ ଆସନ୍ତା ୨୭ ତାରିଖରେ ଜିଲ୍ଲା କୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

   Related Posts