Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ସୌମ୍ୟ ମୃତ୍ୟୁରେ ନୂଆ ଟ୍ବିଷ୍ଟ : ହସ୍ପିଟାଲରେ ୨ ଡାକ୍ତର ଓ ତହସିଲଦାରଙ୍କ ସହ କ’ଣ କରୁଛନ୍ତି ଡିଏଫଓ ? ସାମ୍ନାକୁ ଆସିଲା ଭିଡିଓ

21/08/2021 at 11:57 AM

ଗଜପତି ୨୧।୮: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା ଦିନକୁ ଦି ଜଟିଳ ହେଉଛି । ସମୟ ଯେତିକି ଗଡୁଛି ରହସ୍ୟ ସେମିତି ବଢୁଛି ।  କ୍ରାଇମବ୍ରାଞ୍ଚ ତଦନ୍ତରେ ଆସିଥିବା ନୂଆ ଦିଗକୁ ଦେଖିଲେ ପୋଲିସ ତଦନ୍ତ ପରିସରଭୁକ୍ତ କରିନଥିବା ଡାକ୍ତର ଓ ତହସିଲଦାରଙ୍କୁ ପଚରା ଉଚରା କରିଛି କ୍ରାଇମବ୍ରାଞ୍ଚ । ହେଲେ ମୃତ୍ୟୁକାଳୀନ ଜମାନବନ୍ଦୀକୁ ନେଇ ରହିଥିବା ସନ୍ଦେହ ଘନୀଭୂତ ହୋଇଛି । ଜଣେ ୯୫ ପ୍ରତିଶତ ପୋଡି ଯାଇଥିବା ବ୍ୟକ୍ତି କିଭଳି ଭାବରେ ମୃତ୍ୟୁକାଳୀନ ଜମାନବନ୍ଦୀ ଦେବାକୁ ସକ୍ଷମ ହେଲେ । ତାହାକୁ ନେଇ ଆପତ୍ତି ରହିଥିବା ବେଳେ ଡ଼ାକ୍ତର କହିଥିଲେ ମୃତ୍ୟୁକାଳୀନ ଜମାନବନ୍ଦୀ ସମୟରେ ଡାକ୍ତର ଓ ମାଜିଷ୍ଟ୍ରେଟଙ୍କ ବ୍ୟତୀତ କେହି ଉପସ୍ଥିତ ନଥିଲେ । କିନ୍ତୁ ଭାଇରାଲ୍ ହେଉଥିବା ଭିଡିଓରେ ଡାକ୍ତର ଓ ତହସିଲଦାରଙ୍କ ସହ ମୃତ୍ୟୁକାଳୀନ ଜମାନବନ୍ଦୀ ଲେଖା ହେବା ସମୟରେ ଡିଏଫଓ ଉପସ୍ଥିତ ଅଛନ୍ତି ।

ସେପଟେ ମୃତ୍ୟୁକାଳୀନ ଜମାନବନ୍ଦୀ ଲେଖା ସମୟରେ ଭିଡିଓ ରେକର୍ଡ କରାଯାଇଥିବା କଥାକୁ ଡାକ୍ତର ଜାଣି ନଥିବା କହୁଥିବା ବେଳେ ତହସିଲଦାର ମୁହଁ ଖୋଲୁନାହାନ୍ତି । ଯାହା ପରିବାର ଲୋକଙ୍କ ଅଭିଯୋଗ ଓ ଲୋକଙ୍କ ସନ୍ଦେହକୁ ଅଧିକ ଘନୀଭୂତ କରିଛି । ତେବେ ଏସମ୍ପର୍କରେ କ୍ରାଇମବ୍ରାଞ୍ଚ ଡିଏସପିଙ୍କ କହିବା ହେଲା ଭିଡିଓର ଯାଞ୍ଚ କରାଯିବ ଯଦି ସତ୍ୟତା ଥାଏ ତାହାହେଲେ ତଦନ୍ତ ପରିସରଭୁକ୍ତ କରାଯିବ ।

ତେବେ ଏଠି ପ୍ରଶ୍ନ ଉଠୁଛି ମୃତ୍ୟୁକାଳୀନ ଜମାନବନ୍ଦୀ ଲେଖା ହେବା ସମୟରେ ସେଠି ଡିଏଫଓ କ’ଣ କରୁଥିଲେ ? କ’ଣ ସେଠାରୁ ହିଁ ଷଡଯନ୍ତ୍ର ସଫଳ ପାଇଁ ପ୍ରମାଣ ଯୋଗାଡ ହେଲା ନା ଆଉ କିଛି ରହସ୍ୟ ରହିଛି ? କ’ଣ ପୁଣିଥରେ ଡାକ୍ତରଙ୍କୁ ଏବଂ ତହସିଲଦାରଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ ? କିଛି ଖିଆ ପାଇବ ନା କେବଳ ତଦନ୍ତ ଆଳରେ ଦିନ ଗଡ଼ାଇ ସୌମ୍ୟଙ୍କ ପରିବାର ଏବଂ ସାଧାରଣ ଲୋକଙ୍କୁ ଭୁଆଁବୁଲାଇବ ।

   Related Posts