ଧାମନଗର ମହିଳାଙ୍କୁ ହତ୍ୟା ଘଟଣାରେ ନୂଆ ଟ୍ଵିଷ୍ଟ

Published By : Prameya-News7 Bureau | July 30, 2018 IST

ଭଦ୍ରକ ଜିଲ୍ଲା ଧାମନଗର ଥାନା ଦହପୁତ୍ର ତାଳସିଖା ଗାଁରେ ମହିଳାଙ୍କୁ ହତ୍ୟା ଘଟଣାରେ ନୂଆ ଟ୍ଵିଷ୍ଟ ଦେଖିବାକୁ ମିଳିଛି | ମୃତ ମହିଳାଙ୍କ ଝିଅକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି | ଝିଅର ଡାକ୍ତରୀ ମଇନା ପାଇଁ ଡାକ୍ତରଖାନାକୁ ପଠାଇଛି ପୋଲିସ | ସେପଟେ ଅଭିଯୁକ୍ତକୁ ଗିରଫ କରିବାକୁ ୩ଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି | ଏନେଇ ଭଦ୍ରକ ଏସପି ସୂଚନା ଦେଇଛନ୍ତି | ଆଜି ସକାଳେ ସେହି ଗାଁର ଗୋପୀନାଥ ମହାନ୍ତି ଭକ୍ତିଲତା ବେହୁରିଆଙ୍କ ଘରେ ପଶି ତାଙ୍କୁ ଶିଳପୁଆରେ ଛେଚି ତାଙ୍କର ହତ୍ୟା କରିଥିଲେ | ପରେ ଝିଅର ଗୋଡ ହାତ ବାନ୍ଧି ଫେରାର ହୋଇଯାଇଛି ଅଭିଯୁକ୍ତ | ତେବେ ଘଟଣା ପାଠୁଆ ମୃତ ମହିଳାଙ୍କ ସ୍ୱାମୀଙ୍କର ମଧ୍ୟ କୌଣସି ପତ୍ତା ମିଳୁନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.