Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ଧନେଶ୍ୱର ବେହେରାଙ୍କ ମୃତ୍ୟୁ ଘଟଣା : ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ପ୍ରତ୍ୟକ୍ଷଦର୍ଶୀ କହିଲେ ପିଟି ପିଟି ମାରିଦେଲେ…

7/02/2023 at 2:54 PM

ଆଠଗଡ଼ ୦୭।୦୨ : ବନ ବିଭାଗ ହେପାଜତରେ ଧନେଶ୍ୱର ବେହେରାଙ୍କ ମୃତ୍ୟୁ ଘଟଣାରେ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଧନେଶ୍ୱରକୁ ପିଟି ପିଟି ମାରିଦେଲେ ବନ କର୍ମଚାରୀ । ବଡମ୍ବା ରେଞ୍ଜର, ଏସିଏଫ, ଡିଏଫଓ, ଫରେଷ୍ଟର, ଗାର୍ଡ ସମସ୍ତେ ପଶୁ ପରି ନିର୍ଧୂମ ପିଟି ପିଟି ଧନେଶ୍ୱରଙ୍କର ଜୀବନ ନେଇଗଲେ। ଛାଡ଼ିଦେବାକୁ ସେ ଆକୁଳ ନିବେଦନ କରୁଥିଲେ ବି କେହି ଶୁଣିଲେନି। ଧନେଶ୍ୱର ବେହେରାଙ୍କର ମୃତ୍ୟୁକୁ ନେଇ ଏପରି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ରାଜକିଶୋର ପ୍ରଧାନ ନାମକ ବ୍ୟକ୍ତି।

ଖବର ଅନୁଯାୟୀ, ହାତୀ ଶିକାର ଓ ଦାନ୍ତ ଚୋରି ଅଭିଯୋଗରେ ବନ ବିଭାଗ ରାଜକିଶୋର ପ୍ରଧାନଙ୍କୁ ଉଠାଇ ନେଇଥିଲେ । ଏବେ ସେ ମୁକୁଳିବା ପରେ ବନ କର୍ମଚାକୀଙ୍କ ଅକଥନୀୟ ନିର୍ଯାତନା ସମ୍ପର୍କରେ ଜଣାଇଛନ୍ତି । ଆଠଗଡ଼ ବନଖଣ୍ଡ ଅଧିନସ୍ଥ ବଡ଼ମ୍ବା ଅଞ୍ଚଳରେ ହାତୀ ଶିକାର ଓ ଦାନ୍ତ ଚୋରି ଅଭିଯୋଗରେ ବନ ବିଭାଗ ୪ ଜଣଙ୍କୁ ଉଠାଇ ନେଇଥିଲା। ସେମାନେ ହେଲେ ଧନେଶ୍ୱର ବେହେରା, ରାଜକିଶୋର ପ୍ରଧାନ, ବିରଞ୍ଜି ଜାନି ଓ ରାଜୀବ ସ୍ୱାଇଁ । ସେମାନଙ୍କୁ ରାତି ସାରା ନିର୍ଯ୍ୟାତନା ଦିଆଯାଇଥିବା ରାଜକିଶୋର ପ୍ରଧାନ କହିଛନ୍ତି। ସେପଟେ ଆଇପିସି ଆର୍ମ ଆକ୍ଟ ଏବଂ ଏସସି, ଏସଟି ଆକ୍ଟରେ ମାମଲା ରୁଜୁ କରିଛି ବଡମ୍ବା ପୋଲିସ । ବଡମ୍ବା ରେଞ୍ଜର, ଆଠଗଡ ର ଦୁଇଜଣ ACFOଙ୍କ ସମେତ ମୋଟ ୧୪ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି ପୋଲିସ।

   Related Posts