ଟିଭିଏସ ଜୁପିଟର୍ ଜେଡ୍ ଏକ୍ସ ଡିସ୍କ ମଡେଲ୍ : ଇଲେକଟ୍ରିକ୍ ଷ୍ଟାର୍ଟ, ନୂଆ ଲୁକ୍ ଏବଂ ଅଧିକ ମାଇଲେଜ୍, ଦାମ୍ କିନ୍ତୁ ନୁହେଁ ବେଶୀ
25/08/2020 at 3:24 PM

ନୂଆଦିଲ୍ଲୀ, ୨୫|୦୮: ଟିଭିଏସ ମୋଟର କମ୍ପାନୀ ନିଜର ପପ୍ୟୁଲାର୍ ଜୁପିଟର୍ର ଜେଡ୍ ଏକ୍ସ ଡିସ୍କ ଭାରିଆଣ୍ଟ୍ ଲଞ୍ଚ୍ କରିଛି । କମ୍ପାନୀ ଦାବି କରିଛି ଯେ, ଏହି ଅପଗ୍ରେଡ୍ ସ୍କୁଟରରେ ଇଲେକ୍ଟ୍ରିକ୍ ଷ୍ଟାର୍ଟ ସହ ଆଇ ଟଚ୍ ଷ୍ଟାର୍ଟ ରହିଛି । ଏହାର ଦାମ୍ ରହିଛି ୬୯,୦୫୨ ଟଙ୍କା । ଏହି ସ୍କୁଟର ତିନୋଟି ରଙ୍ଗରେ ଉପଲବ୍ଧ । ମ୍ୟାଟ୍ ଷ୍ଟାରଲାଇଟ୍ ବ୍ଲ୍ୟୁ, ଷ୍ଟାର ଲାଇଟ୍ ବ୍ଲ୍ୟୁ ଓ ରୟାଲ ଓ୍ୱାଇନ କଲରରେ ଉପଲବ୍ଧ । ତେବେ ଆଇ ଟଚ୍ ଷ୍ଟାର୍ଟରେ ବିନା କୌଣସି ଶବ୍ଦରେ ସ୍କୁଟର ଷ୍ଟାର୍ଟ ହୋଇପାରିବ ବୋଲି କମ୍ପାନୀ ଦାବି କରିଛି ।
ଜୁପିଟର ଜେଡ୍ ଏକ୍ସ ଭାରିଏଣ୍ଟରେ ଅଲ ଇନ୍ ଓ୍ୱାନ୍ ଲକ୍ ଦିଆଯାଇଛି । ଏତିରେ ସିଙ୍ଗିଲ କି-ହୋଲ୍, ଷ୍ଟିୟରିଂ ଲକ୍, ସିଟ୍ ଲକ୍, ଫୁଏଲ୍ ଟ୍ୟାଙ୍କ କ୍ୟାପ୍ ଓପନର ସୁବିଧା ମିଳିବ । ଏହାସହ ବ୍ରେକିଂ ପାଇଁ ଡିସ୍କ ବ୍ରେକ୍ ମଧ୍ୟ ଦିଆଯାଇଛି । ଏହା ବ୍ୟତୀତ ଏଲଇଡି ହେଡ୍ ଲ୍ୟାମ୍ପ, ୨ ଲିଟରର ଗ୍ଲବ୍ ବକ୍ସ, ମୋବାଇଲ ଚାର୍ଜର ଓ ୨୧ ଲିଟର ଷ୍ଟୋରେଜ୍ ସାମିଲ ଅଛି । ଏପରିକି ଉନ୍ନତମାନର ସସପେନସନ୍ ମଧ୍ୟ ପ୍ରଦାନ କରାଯାଇଛି ।

ଏହି ଜୁପିଟର୍ ଜେଡ୍ ଏକ୍ସ ବିଏସ-୬ ସ୍କୁଟରରେ ୧୧୦ ସିସିର ଇଞ୍ଜିନ୍ ରହିଛି । ଏହାସହ ଇଟି ଫାଇ ଟେକନିକ୍ ଓ ଇଣ୍ଟିଗ୍ରେଟେଡ୍ ଷ୍ଟାର୍ଟର ଜେନେରେଟର ସିଷ୍ଟମ ରହିଛି । ଏହା ପୂର୍ବ ତୁଳନାରେ ୧୫ ପ୍ରତିଶତ ଅଧିକ ମାଇଲେଜ୍ ଦେଉଥିବା କମ୍ପାନୀ ଦାବି କରିଛି । ସେହିପରି ଏଥିରେ ୮ ବିଏଚପି ପାଓ୍ୱାର ରହିଛି ଯାହା ୫୫୦୦ ଆରପିଏମରେ ୮ ଏନଏମର ଟର୍କ ଜେନେରେଟ୍ କରିଥାଏ ।
ଭାରତରେ ଏହି ସ୍କୁଟର ହୋଣ୍ଡା ଆକ୍ଟିବା, ହିରୋ ମାଇଷ୍ଟ୍ରୋକୁ ଟକ୍କର ଦେବ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।