oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ଆପଣଙ୍କ ଫୋନରେ ଅଛି କି ଏହି ଆପ୍ ? ଆରସି ଏବଂ ଡିଏଲ ପାଖରେ ନଥିଲେ ବି କଟାଯିବ ନାହିଁ ଚାଲାଣ

5/09/2019 at 10:44 AM

ନୂଆଦିଲ୍ଲୀ ୫/୯: ସେପ୍ଟେମ୍ବର ୧ତାରିଖରୁ ଟ୍ରାଫିକ୍ ଚାଲାଣ ମୂଲ୍ୟରେ ଅତ୍ୟଧିକ ବୃଦ୍ଧି ଘଟିଛି। କେତେକ ରାଜ୍ୟରେ ଏହି ନିୟମ ଗତ ସୋମବାରଠୁ ଲାଗୁ ହୋଇପାରିନଥିଲା,କାରଣ ସଫ୍ଟଓ୍ବେୟାରରେ ଅପଡେଟ୍ ହୋଇନଥିଲା। ଏବେ ଧୀରେ ଧୀରେ ପ୍ରାୟ ସବୁ ରାଜ୍ୟରେ ଏହି ନିୟମ ଲାଗୁ ହେଉଛି। ନୂଆ ନିୟମ ଲାଗୁ ହେବା ପରେ ଅନେକ ଲୋକଙ୍କର ଅନେକ ଟଙ୍କା ଚାଲାଣରେ ଖର୍ଚ୍ଚ ହେଲାଣି। କିନ୍ତୁ ଯଦି ଆପଣଙ୍କ ପାଖରେ କେବଳ ଏହି ଗୋଟିଏ ମୋବାଇଲ୍ ଆପ୍ ରହିଛି ତେବେ ଆପଣ ଚାଲାଣରୁ ବର୍ତ୍ତି ପାରିବେ। ଆସନ୍ତୁ ଜାଣିବା ଏହା ବିଷୟରେ

ପ୍ରକୃତରେ ଗତ ବର୍ଷ ପରିବହନ ମନ୍ତ୍ରାଳୟ ଆଇଟି ଆକ୍ଟର ବ୍ୟବସ୍ଥା ବିଷୟରେ କହିଥିଲା ଯେ ଏବେ ଡ୍ରାଇଭିଙ୍ଗ ଲାଇସେନ୍ସ,ରେଜିଷ୍ଟେସନ ସାର୍ଟିଫିକେଟ ଏବଂ ଇନସ୍ୟୁରାନ୍ସ ପେପର ଭଳି ଦସ୍ତାବିଜର ଓରିଜିନାଲ କପି ଭେରିଫାୟ ପାଇଁ ନ ନିଆଯାଉ।

ଆହୁରି ମଧ୍ୟ ମନ୍ତ୍ରାଳୟ ମଧ୍ୟ କହିଥିଲା ଯେ ଡିଜିଲକର ଏବଂ ଏମପରିବହନ ଆପରେ ଥିବା ଦସ୍ତାବିଜର ଇଲେକ୍ଟୋନିକ୍ କପିକୁ ବୈଧ ବୋଲି ଧରାଯିବ। କେନ୍ଦ୍ର ସରକାର ରାଜ୍ୟର ପରିବହନ ବିଭାଗ ଏବଂ ଟ୍ରାଫିକ୍ ପୋଲିସକୁ ଏହି ସମ୍ପର୍କରେ ନିର୍ଦେଶ ଦେଇ କହିଥିଲା ଯେ ଭେରିଫାୟ ପାଇଁ ଦସ୍ତାବିଜର ଓରିଜିନାଲ କପି ନ ନିଆଯାଉ।

ଏପରି ପରିସ୍ଥିତିରେ ଟ୍ରାଫିକ୍ ପୋଲିସ୍ ନିଜ ପାଖରେ ଥିବା ମୋବାଇଲରୁ ଡ୍ରାଇଭର କିମ୍ବା ପରିବହନର ସୂଚନା କ୍ୟୁଆର କୋଡ ଜରିଆରେ ନିଜ ଡାଟାବେସରୁ ବାହାର କରି ପାରିବେ ଏବଂ ଡ୍ରାଇଭର ଟ୍ରାଫିକ୍ ନିୟମର ଉଲ୍ଲଙ୍ଘନ କରିବାର ରେକର୍ଡ଼ ରଖି ପାରିବେ।

ଏହି ସୁବିଧାର ଲାଭ ଉଠାଇବା ପାଇଁ ଆପଣଙ୍କୁ ନିଜର ସ୍ମାର୍ଟଫୋନରେ ସର୍ବପ୍ରଥମେ ଡିଜିଲକର ଏବଂ ଏମପରିବହନ ଆପକୁ ଡାଉନଲୋଡ କରିବାକୁ ପଡ଼ିବ। ଏହା ପରେ ସାଇନଅପ କରିବା ପାଇଁ ନିଜର ମୋବାଇଲ୍ ନମ୍ବର ଏଣ୍ଟର କରିବାକୁ ପଡ଼ିବ। ଏହା ପରେ ଆପଣଙ୍କ ମୋବାଇଲରେ ଏକ ଓଟିପି ଆସିବ। ଏହି ଓଟିପିକୁ ଏଣ୍ଟର କରି ଭେରିଫାୟ କରନ୍ତୁ। ଦ୍ବିତୀୟ ପର୍ଯ୍ୟାୟରେ ଲଗିନ କରିବା ପାଇଁ ନିଜର ୟୁଜର ନେମ୍ ଏବଂ ପାସଓ୍ବାର୍ଡ଼ ସେଟ୍ କରିବାକୁ ପଡ଼ିବ।

ଏହା ପରେ ଆପଣଙ୍କୁ ଡିଜିଲକର ଆକାଉଣ୍ଟ ହୋଇଯିବ। ଏବେ ଏଥିରେ ନିଜର ଆଧାର ନମ୍ବରକୁ ପ୍ରମାଣିତ କରନ୍ତୁ। ଆଧାର ଡାଟାବେସରେ ଆପଣଙ୍କର ଯେଉଁ ମୋବାଇଲ୍ ନମ୍ବର ରେଜିଷ୍ଟାର ରହିଛି ସେଥିରେ ଏକ ଓଟିପି ଆସିବ। ଏହି ଓଟିପିକୁ ଏଣ୍ଟର କରିବା ପରେ ଆଧାର ପ୍ରମାଣିତ କରିବାର ପ୍ରକ୍ରିୟା ଶେଷ ହୋଇଯିବ। 

   

ଏବେ ଡିଜିଲକରରୁ ଆପଣ ଆରସି,ଲାଇସେନ୍ସ ଏବଂ ଇନସ୍ୟୁରାନ୍ସର କପି ଡାଉନଲୋଡ କରି ପାରିବେ ଏବଂ ପୋଲିସକୁ ଦେଖାଇ ପାରିବେ। ଏମପରିବହନ ଆପରେ ଗାଡ଼ିର ମାଲିକଙ୍କ ନାଁ,ରେଜିଷ୍ଟେସନର ତାରିଖ,ମଡେଲ୍ ନମ୍ବର,ଇନସ୍ୟୁରାନ୍ସ ର ବୈଧତା ଆଦିର ସୂଚନା ରହିଥାଏ। ଏହା ଦ୍ବାରା ଆପଣଙ୍କୁ କୌଣସି କାଗଜପତ୍ର ସାଙ୍ଗରେ ନେଇ ଯିବାର ଆବଶ୍ୟକତା ପଡ଼ିବ ନାହିଁ।

   Related Posts