କିପରି ହେବ ନବୀନଙ୍କ ନୂଆ ଟିମ୍ ? ମନ୍ତ୍ରୀ ହେବା ଆଶାରେ ନୂଆ,ପୁରୁଣା ଓ ଦଳ ଡିଆଁ, ଅପେକ୍ଷା ଶପଥପାଠ ଉତ୍ସବକୁ

Published By : Prameya-News7 Bureau | May 26, 2019 IST

ଭୁବନେଶ୍ବର ୨୬।୫ (ପ୍ରଶାନ୍ତ ସ୍ବାଇଁ):    ଲଗାତାର ପଞ୍ଚମଥର ପାଇଁ ସରକାର ଗଢିବାକୁ ଯାଉଛନ୍ତି ବିଜେଡି ସୁପ୍ରିମୋ  ନବୀନ ପଟ୍ଟନାୟକ । ଏଥର  ବାଜିମାତ୍ କରିଥିବା ଅନେକ ମନ୍ତ୍ରୀ ଓ ହେବିଓ୍ବେଟ୍ ଏଥର ସରକାରରରେ ମନ୍ତ୍ରୀ  ଦୌଡରେ ଅଛନ୍ତି । ହେଲେ ଲଗାତର ଜିତି ଆସୁଥିବା କିଛି ଯୁବ ବିଧାୟକ ବି ଏଥର ମନ୍ତ୍ରୀ ହେବା ପାଇଁ ଆଶାୟୀ ଥିବା ବେଳେ  ନବୀନ କାହାକୁ ତାଙ୍କ ଟିମରେ ନେବେ, କିଏ ପାଇବ ମନ୍ତ୍ରୀ ପଦ  ତାକୁ ନେଇ ଚାଲିଛି ଅଙ୍କ କଷା ।

{"id":116332}

ଅନୁଗୁଳ ଯୁବ ବିଧାୟକ ବ୍ରଜ ପ୍ରଧାନ ଲଗାତାର ତୃତୀୟବାର ବିଧାୟକ ନିର୍ବାଚିତ ହୋଇଛନ୍ତି । ଆଉ ଏଥର ମନ୍ତ୍ରୀ ହେବାପାଇଁ ବିଧାୟକଙ୍କ  ତାଲିକାରେ  ତାଙ୍କ ନାଁଥିବା  ଚର୍ଚ୍ଚା ହେଉଛି। ସେମିତି ନବୀନଙ୍କ ଚତୁର୍ଥ ଟର୍ମରେ ମନ୍ତ୍ରୀ ମଣ୍ଡଳରେ ସାମିଲଥିବା ବରଗଡର ମନ୍ତ୍ରୀ ଶୁସାନ୍ତ ସିଂହ ଓ ସ୍ନେହାଙ୍ଗିନୀ ଛୁରିଆ ଜିତିଥିଲେ ବି ଲଗାତାର ଦ୍ବିତୀୟ ଥର ଲାଗି ଜିତିଥିବା ଦେବେଶ ଆଚାର୍ଯ୍ୟବି ଏବେ ମନ୍ତ୍ରୀ ତାଲିକାରେ । ରେଢାଖୋଲରୁ ଦ୍ବିତୀୟ ଥର ବିଜୟୀ ହୋଇଥିବା ରୋହିତ ପୁଝାରୀଙ୍କୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚା ହେଉଛି। ଜଗତସିଂହପୁରରେ  କଂଗ୍ରେସର ଟାଣୁଆ ନେତା ଚିରଞ୍ଜୀବ ବିଶ୍ବାଳଙ୍କୁ ହରାଇ ଲଗାତାର ଥାର୍ଡ ଟାଇମ ହାଉସକୁ ଆସିଥିବା ପ୍ରଶାନ୍ତ ମୁଦୁଲି ମଧ୍ୟ ମନ୍ତ୍ରୀ ଦୈଡରେ ଥିବା ଜଣାପଡିଛି ।

{"id":116333}

ସେହିପରି ଯାଜପୁର ଜିଲ୍ଲାର ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡାଇ, ଡାବୁଙ୍ଗା ବିଧାୟକ ମନୋହର ରନ୍ଧାରୀ, ଜୁନାଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ  ମଧ୍ୟ ଚର୍ଚ୍ଚା ହେଉଛି। ମହିଳା ବିଧାୟକଙ୍କ ମଧ୍ୟରେ ଟିଟିଲାଗଡ ବିଧାୟିକା ଟୁକୁନି ସାହୁ , ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, କୋଟାପାଡ ବିଧାୟିକା ପଦ୍ମିନୀ ଦିଆନଙ୍କୁ ମଧ୍ୟ  ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ଚାଲିଛି ।

{"id":116334}

ଏହାଛଡା କଂଗ୍ରେସ ଛାଡି ବିଜେଡିକୁ ଡିଆଁ ମାରି ଝାରସଗୁଡାରୁ ବିଧାୟକ ହୋଇଥିବା ନବ ଦାସଙ୍କ ନାଁ ମନ୍ତ୍ରୀ ତାଲିକାରେ ଥିବା ପଲିଟିକାଲ କରିଡୋରରେ ଚର୍ଚ୍ଚା ହେଉଛି ।ତେବେ  ମନ୍ତ୍ରୀ କିଏ ହେବ ନ ହେବ ସେନେଇ ଏବେ ବହୁତ ଚର୍ଚ୍ଚା । ହେଲେ ନବୀନ ନିଜ ଟିମ ବାଛିବା ବେଳେ ଏମିତି କିଛି ଫଣ୍ଡା ଆପଣାନ୍ତି ତାହା ଅନେକ ଆକଳନକୁ  ଅନେକ ସମୟରେ ଓଲଟ ପାଲଟ କରିଛି । ଏଥର ବି ତାହା ନ ହୋଇପାରେ  ତାହା କିଏ କହିବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.