Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଲଞ୍ଚ୍ ହେଲା ଟିମ୍‌ ଇଣ୍ଡିଆର ନୂଆ ଜର୍ସି, କ୍ରିକେଟ୍‌ର ୩ ଫର୍ମାଟ୍ ପାଇଁ ଅଲଗା ଅଲଗା ଭାବେ ତିଆରି ହୋଇଛି

1/06/2023 at 8:48 PM

ମୁମ୍ବାଇ: ଲଞ୍ଚ୍ ହେଲା ଟିମ୍ ଇଣ୍ଡିଆର ନୂଆ ଜର୍ସି। କ୍ରିକେଟ୍‌ର ତିନୋଟି ଫର୍ମାଟ୍‌ ପାଇଁ ଅଲଗା ଅଲଗା ଜର୍ସି ଲଞ୍ଚ୍ କରିଛି ଭାରତୀୟ କ୍ରିକେଟ୍‌ ଟିମ୍‌ର ନୂଆ କିଟ୍‌ ସ୍ପନ୍ସର। ଆଇସିସି ଟେଷ୍ଟ ଚାମ୍ପିୟନସ୍ପିର୍‌ ପୂର୍ବରୁ ଏଡିଡାସ ଭାରତୀୟ କ୍ରିକେଟ୍ ଟିମ୍‌ର ଜର୍ସି ଉପରୁ ପରଦା ହଟାଇଛି। ଏବେଠାରୁ ଭାରତୀୟ ଖେଳାଳି ଏହି ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବେ।

ଜୁନ ୭ ତାରିଖରେ ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆ ବିରୋଧରେ  WTC ଫାଇନାଲ୍‌ରେ ଏହି ଜର୍ସି ପିନ୍ଧି ଖେଳିବ। ଏବେ ଖେଳାଳିମାନେ ନୂଆ ଟ୍ରେନିଂ ଜର୍ସିରେ ଖେଳ ଅଭ୍ୟାସ କରୁଛନ୍ତି। ଭାରତୀୟ କ୍ରିକେଟ୍ ଟିମ୍‌ର ଜର୍ସି ତିଆରି କରିବା ଦାୟିତ୍ୱ ବିଦେଶୀ କମ୍ପାନୀ ଏଡିଡାସ(adidas)କୁ ମିଳିଛି। ଗତ ମାସରେ ବିସିସିଆଇ ଏଡିଡାସ ସହିତ ୨୦୨୮ ପର୍ଯ୍ୟନ୍ତ କଣ୍ଟ୍ରାକ୍ଟ ସାଇନ୍ କରିଥିଲା।

ପଢ଼ନ୍ତୁ- ସରିଲା ଧୋନୀଙ୍କ ଆଣ୍ଠୁ ସର୍ଜରୀ, ଆହତ ଥାଇ ବି ଖେଳିଥିଲେ ଆଇପିଏଲ

ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ନୂଆ ଜର୍ସି ପ୍ରଦର୍ଶିତ

ତିନି ଫର୍ମାଟ୍ ପାଇଁ ଅଲଗା ଅଲଗା ଜର୍ସି

କ୍ରିକେଟର ୩ଟି ଫର୍ମାଟ୍‌ ଯଥା ଟେଷ୍ଟ, ଦିନିକିଆ ଓ ଟି-୨୦ ପାଇଁ ଏଡିଡାସ ଅଲଗା ଅଲଗା ଭାବେ ଜର୍ସି ଲଞ୍ଚ୍ କରିଛି। ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଜର୍ସି ଲଞ୍ଚର କାର୍ଯ୍ୟକ୍ରମ କରାଯାଇଥିଲ। ଏଥିରେ ତିନୋଟି ଅଲଗା ଅଲଗା ବିଶାଳ ଜର୍ସିକୁ ହାୱାରେ ଉଡ଼ାଇ ପ୍ରଦର୍ଶିତ କରାଯାଇଥିଲା।

नई ट्रेनिंग किट भी
ନୂଆ ପ୍ରାକ୍ଟିସ କିଟ୍

ପଢ଼ନ୍ତୁ- WTC 2023 Finalରେ କେଉଁମାନେ ହୋଇପାରନ୍ତି ଟିମ୍ ଇଣ୍ଡିଆ ପାଇଁ ବିଜୟର ସାରଥି, ପଣ୍ଟିଂ କହିଲେ ନାଁ  

ଟି-୨୦ରେ ଭାରତୀୟ ଟିମ୍ କଲର ଲେସ୍ ଜର୍ସି ପିନ୍ଧୀ ପଡ଼ିଆକୁ ଓହ୍ଲାଇବ। ଏଥିସହିତ ୩ଟି ଜର୍ସିର କାନ୍ଧରେ ୩-୩ ପଟ୍ଟି ତିଆରି ହୋଇଛି। ଜର୍ସି ସହ ନୂଆ ଟ୍ରେନିଂ କିଟ୍ ବି ଲଞ୍ଚ ହୋଇଛି। ବର୍ତ୍ତମାନ ଟିମ୍ ଇଣ୍ଡିଆ ନୂଆ ଟ୍ରେନିଂ କିଟ୍ ପିନ୍ଧି ଖେଳ ଅଭ୍ୟାସ କରୁଛି। ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ୍ ମ୍ୟାଚ୍ ଖେଳିବା ପାଇଁ ଭାରତୀୟ ଟିମ୍ ଇଂଲଣ୍ଡରେ ପହଞ୍ଚିବା ପରେ ନୂଆ ଟ୍ରେନିଂ କିଟ୍‌ ଲଞ୍ଚ ହୋଇଥିଲା।

7-wtc-

   Related Posts