ଜୁଲାଇରେ ଓ୍ୱେଷ୍ଟଇଣ୍ଡିଜ୍‌-ଭାରତ ମୁକାବିଲା, ଏହି ଯୁବ ଖେଳାଳିଙ୍କୁ ମିଳିବ ସୁଯୋଗ !

Published By : Prameya-News7 Bureau | June 13, 2023 IST

ମୁମ୍ବାଇ ୧୩।୦୬ : ସରିଛି ବିଶ୍ୱ ଟେଷ୍ଟ ଚମ୍ପିଆନ୍‌ସିପ୍‌ । ଅଷ୍ଟ୍ରେଲିଆ ଚମ୍ପିଆନ୍‌, ଭାରତ ରନର୍ସଅପ୍‌। ଅଷ୍ଟ୍ରେଲିଆ ଠାରୁ ୨୦୯ରନ୍‌ ଶୋଚନୀୟ ପରାସ୍ତ ପରେ ଟିମ୍‌ ଇଣ୍ଡିଆକୁ ଏକ ମାସର ବ୍ରେକ୍‌ ମିଳିବ । ଏହାପରେ ଓ୍ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଟେଷ୍ଟ, ଦିନିକିଆ, ଟି-୨୦ ମ୍ୟାଚ୍‌ ଖେଳିବ । ତେବେ ଆଗାମୀ ଓ୍ୱେଷ୍ଟଇଣ୍ଡିଜ୍‌ ସିରିଜ୍‌ରେ ଭାରତୀୟ ଟିମ୍‌ ନିଜର ଯୁବ ଖେଳାଳିଙ୍କୁ ସୁଯୋଗ ଦେଇପାରେ । ଏନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ଏବେ ଯାଏଁ କିଛି ସ୍ପଷ୍ଟ ଭାବେ ସୂଚନା ମିଳିନାହିଁ ।

wp:embed {"url":"https://www.prameyanews7.com/csk-star-bowler-tushar-deshpande-got-married/","type":"wp-embed","providerNameSlug":"prameya-news-7"}
https://www.prameyanews7.com/csk-star-bowler-tushar-deshpande-got-married/
/wp:embed

ଟି-୨୦ ସିରିଜ୍‌ କଥା କହିବାକୁ ଗଲେ, ଏହି ଟିମ୍‌ର ଅଧିନାୟକ ରହିବେ ହାର୍ଦ୍ଦିକ ପାଣ୍ଡ୍ୟା । ଏହାବ୍ୟତୀତ ଆଇପିଏଲ୍‌ ୨୦୨୩ରେ ଜବରଦସ୍ତ ପ୍ରଦର୍ଶନ କରିଥିବା ରିଙ୍କୁ ସିଂହ ଏବଂ ୟଶସ୍ୱୀ ଜଶଓ୍ୱାଲ୍‌ଙ୍କୁ ମିଳିପାରେ ସୁଯୋଗ । ଉଭୟ ଚଳିତ ସିଜିନ୍‌ରେ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ । ଜୟସଓ୍ୱାଲ୍‌ ରାଜସ୍ଥାନ ରୟାଲ୍ସ ପକ୍ଷରୁ ୧୪ଟି ମ୍ୟାଚ୍‌ ଖେଳି ୧୬୩. ୬୧ ଷ୍ଟ୍ରାଇକ୍‌ ରେଟ୍‌ରେ ୬୨୫ ରନ୍‌ ସଂଗ୍ରହ କରିଛନ୍ତି । ଯେଉଁଥିରେ ଗୋଟିଏ ଶତକ ଏବଂ ପାଞ୍ଚୋଟି ଅର୍ଦ୍ଧଶତକ ରହିଛି ।

wp:embed {"url":"https://www.prameyanews7.com/bcci-was-not-prepared-for-virat-kohli-leaving-indias-test-captaincy-said-sourav-ganguly/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bcci-was-not-prepared-for-virat-kohli-leaving-indias-test-captaincy-said-sourav-ganguly/
/wp:embed

ସେହିପରି ରିଙ୍କୁ ସିଂହ କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ସବୁଠୁ ଅଧିନ ରନ୍‌ କରିଥିବା କ୍ରିକେଟର । ରିଙ୍କୁ ୧୪ଟି ମ୍ୟାଚ୍‌ ଖେଳି୪୭୪ ରନ୍‌ ସଂଗ୍ରହ କରିଛନ୍ତି । ପଞ୍ଜାବର ଓ୍ୱିକେଟ୍‌ କିପର ଜିତେଶ ଶର୍ମା ଏବଂ ଚେନ୍ନାଇର ରୁତୁରାଜ୍‌ ଗାଏକ୍‌ଓ୍ୱାର୍ଡ ମଧ୍ୟ ଟି-୨୦ ଦଳରେ ସୁଯୋଗ ମିଳିପାରେ ।

wp:embed {"url":"https://www.prameyanews7.com/shubman-gill-sanctioned-after-criticizing-umpires-decision1/","type":"wp-embed","providerNameSlug":"prameya-news-7"}
https://www.prameyanews7.com/shubman-gill-sanctioned-after-criticizing-umpires-decision1/
/wp:embed

ଟେଷ୍ଟ ସିରିଜ୍‌ କଥା କହିବାକୁ ଗଲେ, ଯଶସ୍ୱୀ ଜସଓ୍ୱାଲ୍‌, ମିଡିଲ ଅର୍ଡରରେ ସରଫରାଜ ଖାନ୍‌ ଏବଂ ଦ୍ରୁତ ବୋଲର ମୁକେଶ କୁମାରଙ୍କୁ ମିଳିବାରେ ସୁଯୋଗ । ପୂର୍ବରୁ ଜସଓ୍ୱାଲ୍‌ ଏବଂ ମୁକେଶ ବିଶ୍ୱ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଲାଗି ଷ୍ଟାଣ୍ଡବାଇ ଖେଳାଳି ଭାବେ ଇଂଲଣ୍ଡ ଯାଇଥିଲେ । ସରଫରାଜ ଖାନ୍‌ ମଧ୍ୟ ଦୌଡରେ ରହିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ସରଫରାଜ ଖାନ୍‌ଙ୍କ ଫର୍ମ ମଧ୍ୟ ଚମତ୍କାର ରହିଛି । ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୭୯.୬୫ ପ୍ରତିଶତରେ ୩୫୦୫ ରନ୍‌ ସଂଗ୍ରହ କରିଛନ୍ତି । ଓ୍ୱେକଟ କିପର ଭାବେ କେଏସ୍‌ ଭରତ ଏବଂ ଇଷାନ୍‌ କିଷନ ଦୌଡରେ ରହିଛନ୍ତି ।

wp:embed {"url":"https://www.prameyanews7.com/india-australia-and-star-opener-sanctioned-by-icc-after-wtc-final/","type":"wp-embed","providerNameSlug":"prameya-news-7"}
https://www.prameyanews7.com/india-australia-and-star-opener-sanctioned-by-icc-after-wtc-final/
/wp:embed

ଅନ୍ୟପଟେ ଦିନିକିଆ ଟିମ୍‌ କଥା କହିବାକୁ ଗଲେ, ଦିନିକିଆ ସିରିଜ ସମାନ ଖେଳାଳି ରହିବେ । ବିଶ୍ୱକପ୍‌ କୁ ଚୟନ ହେବାକୁ ଥିବା ଟିମ୍‌ ଏହି ଗସ୍ତରେ ଯିବେ । ତୃତୀୟ ଓପନର ଭାବେ ଇଷାନ୍‌ କିଷାନ୍‌ଙ୍କୁ ସାମିଲ କରାଯିବ । ଶ୍ରେୟସ ଆୟର ଯଦି ଅନୁପସ୍ଥିତ ରୁହନ୍ତି ତେବେ ସୂର୍ଯ୍ୟକୁମାର ଯାଦବ ସାମିଲ ହୋଇପାରନ୍ତି ।

wp:embed {"url":"https://www.prameyanews7.com/virat-kohli-reaction-after-india-lost-final/","type":"wp-embed","providerNameSlug":"prameya-news-7"}
https://www.prameyanews7.com/virat-kohli-reaction-after-india-lost-final/
/wp:embed

ସୂଚନାଯୋଗ୍ୟ ଯେ, ବିଶ୍ୱକପ୍‌ ପୂର୍ବରୁ ଓ୍ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଯିବ ଭାରତୀୟ ଟିମ୍‌ । ଜୁଲାଇ ୧୨ରୁ ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଖେଳାଯିବ ଏହି ସିରିଜ୍ । ଭାରତୀୟ ଦଳ ୱେଷ୍ଟ ଇଣ୍ଡିଜ୍‌ ଗସ୍ତ କରି ୨ଟି ଟେଷ୍ଟ, ୩ଟି ଦିନିକିଆ ଓ ୫ଟି ଟି-ଟ୍ୱେଣ୍ଟି ଖେଳିବ। ପ୍ରଥମେ ଟେଷ୍ଟ ମ୍ୟାଚରୁ ଆରମ୍ଭ ହେବ ସିରିଜ । ଭାରତ ଓ ୱେଷ୍ଟ ଇଣ୍ଡିଜ୍‌ ଟେଷ୍ଟ ସିରିଜରୁ ୨୦୨୩-୨୫ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ସିଜନର ଆରମ୍ଭ ହେବ । ଜୁଲାଇ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଡୋମିନିକାରେ ପ୍ରଥମ ଟେଷ୍ଟ ଖେଳାଯିବ ।

wp:embed {"url":"https://www.prameyanews7.com/world-cup-sports-schedule-out-soon/","type":"wp-embed","providerNameSlug":"prameya-news-7"}
https://www.prameyanews7.com/world-cup-sports-schedule-out-soon/
/wp:embed

ସେହିପରି ଜୁଲାଇ ୨୦ରୁ ୨୪ ତାରିଖ ମଧ୍ୟରେ ତ୍ରିନିଦାଦରେ ଦ୍ୱିତୀୟ ଟେଷ୍ଟ ଅନୁଷ୍ଠିତ ହେବ । ଜୁଲାଇ ୨୭ରୁ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ଦିନିକିଆ ସିରିଜ ଖେଳାଯିବ । ପରେ ୫ଟି ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ୩ଟି ମ୍ୟାଚ୍‌ ତ୍ରିନିଦାଦ ଓ ଗାଏନାରେ ଖେଳାଯିବ । ସେହିପରି ଶେଷ ୨ଟି ମ୍ୟାଚ୍‌ ଆମେରିକାର ଫ୍ଲୋରିଡ଼ାରେ ଅନୁଷ୍ଠିତ ହେବ ।

wp:embed {"url":"https://www.prameyanews7.com/india-to-tour-west-indies-for-2-tests-3-odis-and-5-t20is-full-schedule/","type":"wp-embed","providerNameSlug":"prameya-news-7"}
https://www.prameyanews7.com/india-to-tour-west-indies-for-2-tests-3-odis-and-5-t20is-full-schedule/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.