ବଦଳିବ ମ୍ୟାଟ୍ରିକ ପରୀକ୍ଷା ଢାଞ୍ଚା ; ୨୦୨୦ ପରୀକ୍ଷାରେ ରହିବନି ଓଏମଆର ସିଟ

Published By : Prameya-News7 Bureau | August 30, 2018 IST

କଟକ ୩୦/୮ : ମ୍ୟାଟ୍ରିକ ପରୀକ୍ଷା ଢାଞ୍ଚାରେ ପରିବର୍ତନ ହେବ | ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷା ଜାହାନାରା ବେଗମ ଏହି ସୂଚନା ଦେଇଛନ୍ତି | ୨୦୨୦ ମସିହା ମ୍ୟାଟ୍ରିକ ପରୀକ୍ଷାରେ ଓଏମଆର ସିଟ ଆଉ ରହିବ ନାହିଁ | ୨୦୧୯ ମ୍ୟାଟ୍ରିକ ପରୀକ୍ଷାରେ ପିଲାମାନେ ଚିହ୍ନ ଦେବା ପରିବର୍ତ୍ତେ ସଂକ୍ଷୀପ୍ତ ପ୍ରଶ୍ନର ଉତ୍ତର ଲେଖିବାକୁ ପଡିବ | ସେହିଭଳି ଉଭୟ ସବଜେକ୍ଟିଭ ଓ ଅବଜେକ୍ଟିଭ କ୍ଷେତ୍ରରେ ଅନ୍ୟୁନ ୧୫ ପ୍ରତିଶତ ମାର୍କ ରଖିଲେ ଯାଇ ପରୀକ୍ଷାର୍ଥୀ ଉତୀର୍ଣ୍ଣ ହୋଇପାରିବେ | ପୂର୍ବରୁ ୩ ସେଟ ପ୍ରଶ୍ନପତ୍ର ଦିଆଯାଉଥିବା ବେଳେ ଏଥର ୪ ସେଟ ପ୍ରଶ୍ନପତ୍ର ଦିଆଯିବ | ଏହି ପ୍ରଶ୍ନପତ୍ରରେ ବୁଦ୍ଧିମତ୍ତା, ବ୍ୟାଖ୍ୟା କରିବା ଦକ୍ଷତା, ନିଷ୍ପତ୍ତି ନେବା ସାମର୍ଥ୍ୟ, ସମସ୍ୟା ସମାଧାନ କରିବା କୌଶଳ ଆଦି ବିଭିନ୍ନ ପ୍ରସଙ୍ଗ ରହିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.