୩୦ଟି ଜିଲ୍ଲାରେ ବିଜେଡିର ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ; ଜାଣନ୍ତୁ କେଉଁ ନେତାଙ୍କୁ ମିଳିଲା କେଉଁ ଜିଲ୍ଲାର ଦାୟିତ୍ୱ ?
18/08/2022 at 8:42 PM

ଭୁବନେଶ୍ୱର ୧୮/୦୮: ବିଜୁ ଜନତା ଦଳର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବାକୁ ଗୁରୁବାର ବିଜେଡି ସଭାପତି ନବୀନ ପଟ୍ଟନାୟକ ଓଡ଼ିଶାର ୩୦ଟି ଜିଲ୍ଲା ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ବିଜେଡିର ଅନେକ ବରିଷ୍ଠ ନେତାଙ୍କୁ ନବୀନ ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି। ଏହି ବରିଷ୍ଠ ପର୍ଯ୍ୟବେକ୍ଷକଙ୍କ ତାଲିକାରେ କେଉଁ କେଉଁ ନେତାଙ୍କୁ ସୁଯୋଗ ମିଳିଛି ଓ ସେମାନଙ୍କୁ କେଉଁ ଜିଲ୍ଲାର ଦାୟିତ୍ୱ ମିଳିଛି ନିମ୍ନରେ ଦିଆଯାଇଛି।
ନିରଞ୍ଜନ ପୁଜାରୀ – ନୂଆପଡ଼ା, କଳାହାଣ୍ଡି,ବଲାଙ୍ଗୀର ବରଗଡ଼
ପ୍ରସନ୍ନ ଆଚାର୍ଯ୍ୟ- କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର
ପ୍ରମିଳା ମଲ୍ଲିକ- ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡଡ଼ା, ଗଜପତି
ଦେବୀପ୍ରସାଦ ମିଶ୍ର- ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା, ପୁରୀ, ବୌଦ୍ଧ
ମହେଶ୍ୱର ମହାନ୍ତି- ମୟୂରଭଞ୍ଜ, କେନ୍ଦୁଝର
ପ୍ରତାପ ଜେନା- ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ସୋନପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ